Odisha news

ବଡଚଣା ବିଜେଡ଼ିର ମିଶ୍ରଣ ପର୍ବ: ୩ ସରପଞ୍ଚଙ୍କ ସହ ବିଜେପି ଓ କଗ୍ରେସର ବହୁ କର୍ମୀ ଦଳରେ ସାମିଲ

0

ଚଣ୍ଡିଖୋଲ :  ଗୋଟିଏ ପଟେ ବିଜେପି ଦଳକୁ କ୍ରିୟାଶୀଳ କରିବା ପାଇଁ ବିଜେପିର ହେଭି ଉଏଟ ନେତାଙ୍କ ସହ ଖୋଦ କେନ୍ଦ୍ର ଆଦୀବାସୀ ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବଡଚଣା ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସମାବେଶ କରି ଦଳୀୟ ସ୍ଥିତିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁଥିଲା ବେଳେ ଠିକ ସେହି ସମୟରେ ଅନ୍ୟପଟେ ବିପରିତ ସ୍ଥିତି ଏଠାରେ ଦେଖାଯାଇଛି! ବିଜଡି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଚାଲେଞ୍ଜ କରି ଚଣ୍ଡିଖୋଲ ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବକରି ବହୁ ବିଜେପି କର୍ମୀଙ୍କ ସହ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥନରେ ସରପଞ୍ଚ ଓ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ସରଫଞ୍ଚ ଓ ସମିତି ସଭ୍ୟାଙ୍କୁ ବିଜେଡିରେ ସାମିଲ କରୀଛି! ଏହି ଘଟଣା ଏଠାରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି! ବିଜେପି ସମର୍ଥିତ ପଲେଇ ସରପଞ୍ଚ ଆରତୀ ବେହେରା, ବଡବାଲିକୁଦା ସରପଞ୍ଚ ପ୍ରିୟମ୍ବଦା ଜେନା ଓ କଗ୍ରେସ ଦଳ ସମର୍ଥିତ ପତରାଜପୁର ସରପଞ୍ଚ ତନୁଶ୍ରୀ ଦାସ ଓ ପଲେଇ ସମିତି ସଭ୍ୟା ବିଜେଡିରେ ବିଦ୍ଧିବଦ୍ଧଭାବେ ସାମିଲ ହୋଇଥିଲା ବେଳେ ସମାନଙ୍କ ନେତୃତ୍ୱରେ ବହୁ କର୍ମୀ ବିଜେପି ଓ କଗ୍ରେସ ଛାଡିଛନ୍ତି! , ସେହିପରି ବଡବାଲିକୁଦା ପଞ୍ଚାୟତର ବରିଷ୍ଠ ନେତା ତୈଲୋକ୍ୟ ଜେନାଙ୍କ ନେତୃତ୍ୱରେ ସେହି ପଞ୍ଚାୟତର ଶତାଧିକ ବିଜେପି କର୍ମୀ ମଧ୍ୟ ବିଜେଡି ରେ ସାମିଲ ହୋଇଥିବା।ଦେଖା ଯାଇଛି! ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ବିଧାୟକ ଅମରପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡିରେ ସାମିଲ ହୋଇଥିବା ସମସ୍ତ ନେତୃ ମଣ୍ଡଳୀଙ୍କୁ ସ୍ୱାଗତ କରିବା ସହ ଦଳୀୟ ଉତ୍ତରୀୟ ପ୍ରଦାନ କରିଥିଲେ! ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀଙ୍କ ଦୃଢ ନେତୃତ୍ୱରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ସାମିଲ ହେଲେବୋଲି ନୁତନକରି ଦଳରେ ମିଶିଥିବା ନେତୃବୃନ୍ଦ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି! ଏହି ମିଶ୍ରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ,ଛାତ୍ର ବିଜେଡି ସଭାପତି ଯତିନ୍ଦ୍ର ଜେନା,ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି,ଉପାଧ୍ୟକ୍ଷ ବିଭାସ ଛନ୍ଦ ନନ୍ଦଙ୍କ ସହ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ହୋଇ ଅଭିଭାଷଣ ପ୍ରଦାନ କରିଥିଲେ!

Nalco
Leave A Reply