Odisha news

ରାଜସ୍ବ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ

0

ଭୁବନେଶ୍ୱର: ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଡେପୁଟେସନ ଅବଧି ଶେଷ ହୋଇଛି।ତେଣୁ ରାଜସ୍ବ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଗତ ସପ୍ତାହରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବଙ୍କୁ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା।କିନ୍ତୁ ଆଜି ଏହି ଦାୟିତ୍ବ କୁ ଶ୍ରୀ ବିଷ୍ଣୁ ସେଠୀ ଙ୍କୁ ଦିଆଯାଇଛି।

Nalco
Leave A Reply