Odisha news

ବିଧାୟକ ବିଷ୍ଣୁ ସେଠୀଙ୍କ ବାସଭବନରେ ହୋମଯଜ୍ଞ ଓ ହନୁମାନ ଚାଳିଶା ପାଠ

0

ତିହିଡି,୦୬/୦୮(ଯଦୁମଣି ପାଣିଗ୍ରାହୀ ) : ଧାମନଗର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବାସଭବନରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ହୋମଯଜ୍ଞ ଓ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଯୁବନେତା ସୂର୍ଯ୍ୟବଂଶୀ ସୂରଜ ନିଷ୍ଠାର ସହିତ ସଙ୍କଳ୍ପ କାର୍ଯ୍ୟ ତୁଲାଇ ଥିବା ବେଳେ ସନ୍ଧ୍ୟାରେ କୁଆଁସ ୱାର୍ଡର ମହିଳାଙ୍କ ଦ୍ୱାରା ୧୦୮ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସେଠୀଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ବିଜେପି ସଭାପତି ତଥା ଭଣ୍ଡାପୋଖରୀ ନିର୍ବାଚନମଣ୍ଡଳୀର ବିଜେପି ନେତା ବଦ୍ରି ନାରାୟଣ ଧଳ, ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଗୋବିନ୍ଦ ରାଉତ, ଶହିଦ ଭଗବତ ସେନାର ଆବାହକ ସୀତାଂଶୁଶେଖର ମହାପାତ୍ର, କୁଆଁସ ୱାର୍ଡର ପ୍ରାକ୍ତନ କାଉନସିଲର ପ୍ରଭାତ ମହାନ୍ତି, ବୁଦ୍ଧଦେବ ଜେନା, ତପନ ମହାନ୍ତି, ସାଇଶରଣ ବେହେରା, ଦେବାଶିଷ ମଲ୍ଲିକ ଓ ହରିହର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply