କାର୍ତିକ ମାସ ହେଉଛି ଧର୍ମର ମାସ, ସ୍କନ୍ଦ ପୁରାଣରେ କୁହାଯାଇଛି ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ କାର୍ତ୍ତିକ l ଏହି ମାସରେ ପ୍ରଭୁ ବିଷ୍ଣୁ ଓ ତୁଳସୀଙ୍କର ବିଶେଷ ପୂଜାର୍ଚନା କରାଯାଇ ଥାଏ l କାର୍ତିକ ମାସର ନିଜସ୍ୱ ଧାର୍ମିକ ଓ ବୈଜ୍ଞାନିକ ମହତ୍ୱ ରହିଛି l ଏହି ମାସରେ ଯେଉଁ ବ୍ୟକ୍ତିମାନେ ଅନୁଶାସନ ପାଳନ କରି ଶ୍ରେଷ୍ଠ କାର୍ଯ୍ୟ କରି ଥାଆନ୍ତି ସେମାନଙ୍କର ସମସ୍ତ କଷ୍ଟ ଶ୍ରୀହରି ହରଣ କରି ଥାଆନ୍ତି l ଏହାଛଡା ନିୟମ ପାଳନ କରୁଥିବା ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିଥାଏ l
– ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି କାର୍ତିକ ମାସରେ ଆମିଷ ଭକ୍ଷଣ କରେ ନାହିଁ, ରୋଗ କଷ୍ଟ ଓ ଦୁଃଖ ଠାରୁ ଦୁରେଇ ରହିଥାଏ l ଏହାଦ୍ୱାରା ଶରୀର ମଧ୍ୟ ଡ଼ିଟକ୍ସ ହୋଇଥାଏ l ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିରୁ ଶୀତ ଋତୁର ଆରମ୍ଭ କାରଣରୁ ଏହି ମାସରେ ଆମିଷ ଭୋଜନ କରିବା ଦ୍ୱାରା ଶରୀର ର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ l
– ଏହି ମାସରେ ତୁଳସୀ ପୂଜନ ର ଖୁବ ମହତ୍ୱ ରହିଥାଏ l ତୁଳସୀଙ୍କ ପୂଜନ ଏହି ମାସରେ କରିବା ଦ୍ୱାରା ୭ଜନ୍ମ ର ପାପ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି l ଏହାଛଡା ଜୀବନରୁ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ l ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l
– ସ୍କନ୍ଦ ପୁରାଣ ରେ କୁହାଯାଇଛି ଯେ କାର୍ତ୍ତିକ ଧର୍ମର ମାସ ହୋଇ ଥିବାରୁ ପ୍ରତିଦିନ ପବିତ୍ର ନଦୀରେ ଦୀପ ଦାନ କରିବା ଦ୍ୱାରା ଜୀବନ ରୁ ବିପତି ଦୂର ହୁଏ l କୁହାଯାଇଛି ଯେ ଦୀପ ଦାନ କରିବା ଦ୍ୱାରା ଆତ୍ମ ବିଶ୍ୱାସ ବୃଦ୍ଧି ପାଇଥାଏ l
– ଆୟୁର୍ବେଦ ରେ ଅଁଳା କୁ ଗୋଟିଏ ଗୁଣକାରୀ ଔଷଧି କୁହାଯାଇଛି l କାର୍ତିକ ମାସରେ ଅଁଳା ବୃକ୍ଷକୁ ମଧ୍ୟ ବିଶେଷ ପୂଜା କରାଯାଇଛି l ଏହା ଗୋଟିଏ ଶ୍ରେଷ୍ଠ ଔଷଧି ହୋଇଥିବା କାରଣରୁ ଅଁଳା ବୃକ୍ଷ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ଙ୍କ ସ୍ଥାନରେ ରଖା ଯାଇଥାଏ l