Odisha news

ବରିଷ୍ଠ IAS ଅଧିକାରୀ ଙ୍କ ଘରେ ହେଲା CBI ରେଡ : କଣ ରହିଛି ଏହା ପଛର କାରଣ ?

0

ରାଜନୈତିକ କାରଣ ନା ଆଉକିଛି
ଟେଣ୍ଡର ଫିକସିଂ ରେ କଣ ରହିଛି ସମ୍ପୃକ୍ତି
ବ୍ରିଜ ଏଣ୍ଡ ରିଫ ସହ କଣ ରହିଛି ଲିଙ୍କ
ଯାହାକୁ ନେଇ ମୁହଁ ଖୋଲିଲେ ବିଷ୍ଣୁପଦ

ମଙ୍ଗଳବାର ଦିନ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ ଙ୍କ ବାସଭବନ ଉପରେ ସିବିଆଇ ରେଡ ହୋଇ ଯାଇଛି, ସିବିଆଇ ର ୮ଜଣିଆ ଟିମ କରିଛନ୍ତି ଚଢ଼ାଉ, ସୂଚନା ଯୋଗ୍ୟ ଯେ ଟେଣ୍ଡର ଫିକସିଂ ମାମଲାରେ ବାରମ୍ବାର ସମନ ପଠାଯାଇ ଥିଲେ ମଧ୍ୟ ହାଜର ହୋଇ ନଥିଲେ ବିଷ୍ଣୁପଦ ସେଠି, ଯାହାକୁ ନେଇ ସିବିଆଇ କରିଛି ଚଢ଼ାଉ, ଏହି ଚଢ଼ାଉ କୁ ନେଇ ଚଢ଼ାଉ କରିଛି ସିବିଆଇ l
ବର୍ତମାନ ଏହି ଘଟଣାକୁ ନେଇ ପାଟି ଖୋଲିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ, ଏବଂ କହିଛନ୍ତି ବିନା କାରଣରେ ମୋ ଘରେ ଆସି ରେଡ କରିଛି ସିବିଆଇ , ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତା ର ସହିତ କାମ କରିଛି, ଚଞ୍ଚଳ ମୁଖାର୍ଜୀ ଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ , କିନ୍ତୁ ସିବିଆଇ ଆଇ ଟିମ ତାଙ୍କ ନାମ ଧରି ମୋ ଘରେ କାହିଁକି ରେଡ କରିଛି , ମୁଁ ଜଣେ ଦଳିତ ବଂଚିତ ବର୍ଗର ଅଫିସର, ଆପଣ ନୂଆପଡା ଓ ସୋନପୁର ଓ ରାୟଗଡା ଯାଆନ୍ତୁ ଶୁଣିବେ ମୋ ନାଁ l ରାୟଗଡା ରେ ୩ମାସ ରେ ଆଦିବାସୀ ଙ୍କୁ ତାଙ୍କ ଜମି ଫେରେଇଛି l

ଚଞ୍ଚଳ ମୁଖାର୍ଜୀ ଜଣେ ଦଲାଲ ଅଟେ, ଏବଂ ସେ ୨୦୧୬ -୨୦୧୭ ରେ ଆଦିବାସୀ ହରିଜନ ବିଭାଗରେ କାମ କରିଛନ୍ତି, ସରକାରୀ ସେକ୍ରେଟାରୀ କୁ ସେ ଅବାଧ ପ୍ରବେଶ କରୁଥିଲେ, ଯେହେତୁ ମୋ ନାଁ ରେ କୌଣସି ପ୍ରୁଫ ପାଇ ନାହାନ୍ତି ତେଣୁ ମୁଁ କୌଣସି କାର୍ଯ୍ୟ ରେ ସିବିଆଇ ର ବାଧା ଆଣୁ ନଥିଲି l

Leave A Reply