ଏହିସବୁ ଦେବଦେବୀଙ୍କ ନିକଟରେ ଗୁରୁବାର ଦିନ କଦଳୀପତ୍ର ରେ ପ୍ରସାଦ ଅର୍ପଣ କରିବା ଦ୍ୱାରା ଗ୍ରହ ଦୋଷ ରୁ ମିଳିଥାଏ ମୁକ୍ତି ଓ ଦୂର ହୋଇଥାଏ ଆର୍ଥିକ ସମସ୍ୟା
ସନାତନ ଧର୍ମରେ ଦେବା-ଦେବୀ ଙ୍କ ନିକଟରେ ପୂଜା ସମୟ ରେ ପ୍ରସାଦ ଅର୍ପଣ କରିବାର ଅନେକ ମହତ୍ୱ ରହିଛି l କାରଣ ବିନା ପ୍ରସାଦ ଅର୍ପଣ ରେ ପୂଜା ସମ୍ପୂର୍ଣ ହୋଇ ନଥାଏ l ସେହିଭଳି କଦଳୀପତ୍ର ର ମଧ୍ୟ ପୂଜା କାର୍ଯ୍ୟ ରେ ଅନେକ ମହତ୍ୱ ରହିଛି l କଦଳୀପତ୍ର ର ବ୍ୟବହାର ଧାର୍ମିକ ଅନୁଷ୍ଠାନ ରେ କରାଯାଇ ଥାଏ l ମାନ୍ୟତା ରହିଛି ଯେ କଦଳୀ ଗଛ ରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ l ତେଣୁ କଦଳୀପତ୍ର ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ର ଖୁବ ପ୍ରିୟ ଅଟେ l ସେଥିପାଇଁ ପ୍ରତ୍ୟେକ ଶୁଭ କାର୍ଯ୍ୟ ରେ କଦଳୀପତ୍ର ର ଖୁବ ବ୍ୟବହାର ହୋଇଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ କଦଳୀପତ୍ର ର ଉପଯୋଗ ଘରେ କରିବା ଦ୍ୱାରା ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ l
* କଦଳୀଗଛ ରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ବାସ କରୁଥିବାରୁ କଦଳୀପତ୍ର ରେ ପ୍ରସାଦ ଅର୍ପଣ କରିବା ଶୁଭ ଅଟେ l ଯଦି ଆପଣ ପୂଜାର୍ଚନା କରିବା ସମୟରେ ଏହି ପତ୍ରର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଉପରେ ଶ୍ରୀହରୀ ଙ୍କ କୃପା ସର୍ବଦା ରହିଥାଏ l ଯଦି ଆପଣ ଭଗବାନ ବିଷ୍ଣୁ ଙ୍କୁ କଦଳୀପତ୍ର ରେ ପ୍ରସାଦ ଅର୍ପଣ କରିବେ ତେବେ ବିବାହ କାର୍ଯ୍ୟ ରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ଓ ଘରେ ସୁଖ-ସମୃଦ୍ଧି ର ବାସ ହୋଇଥାଏ l
* ଅଗ୍ର ପୂଜ୍ୟ ଗଣେଶ ଙ୍କୁ ମଧ୍ୟ ଗୁରୁବାର ଦିନ କଦଳୀପତ୍ର ରେ ପ୍ରସାଦ ଅର୍ପଣ କରିବା ଶୁଭ ହୋଇଥାଏ, କୁହାଯାଏ ଯେ ଯଦି ଗଣେଶ ଙ୍କୁ କଦଳୀପତ୍ର ରେ ପ୍ରସାଦ ଅର୍ପଣ କରାଯାଏ ତେବେ ଜୀବନ ରେ କଠିନ ମୁହୂର୍ତ ର ସମାପ୍ତି ହୋଇଥାଏ l ଏବଂ ବୁଧ ଦୋଷ ରୁ ମୁକ୍ତି ମିଳିଥାଏ l
* ମା ଲକ୍ଷ୍ମୀ ଙ୍କୁ କଦଳୀପତ୍ର ରେ ପ୍ରସାଦ ଅର୍ପଣ କରିବା ଦ୍ୱାରା ଆର୍ଥିକ ଅସୁବିଧା ଦୂର ହୋଇଥାଏ l ମାନ୍ୟତା ରହିଛି ଯେ ଗୁରୁବାର ଦିନ ମାଲକ୍ଷ୍ମୀ ଙ୍କୁ କଦଳୀପତ୍ର ରେ ଭୋଗ ଲଗାଇବା ଦ୍ୱାରା ମାଙ୍କ କୃପା ପ୍ରାପ୍ତି ହୋଇଥାଏ l ଏବଂ ଜୀବନ ରେ ଆର୍ଥିକ ଦୁଃଖ ଦୂର ହୋଇଥାଏ l
* ମା ଦୁର୍ଗା ଙ୍କ ନିକଟରେ ଗୁରୁବାର ଦିନ କଦଳୀପତ୍ର ରେ ଭୋଗ ଲଗାଇବା ଦ୍ୱାରା ମାଙ୍କ କୃପା ପ୍ରାପ୍ତି ହୋଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ମାଙ୍କୁ କଦଳୀପତ୍ର ରେ ଭୋଗ ଲଗାଇବା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇ ଥାଆନ୍ତି l ଏବଂ ଜୀବନ ର ସମସ୍ତ ବାଧା ବିଘ୍ନ ମଧ୍ୟ ଦୂର ହୋଇଥାଏ l ଏବଂ ଏପରି କରିବା ଦ୍ୱାରା ଗୃହ ରେ ମଧ୍ୟ ଶାନ୍ତି ସର୍ବଦା ରହିଥାଏ l
