Odisha news

ବାଇକ ସ୍କୁଟି ଧକ୍କା ବାଇକ ଆରୋହୀ ଗୁରୁତର

0

ବିରିଡି,  ; ବୁଧବାର ସକାଳେ ବିରିଡି ଥାନାର ପଣ୍ଡିଆ ଛକ ଠାରେ ବାଇକ ଓ ସ୍କୁଟି ଧକ୍କା ହୋଇଥିଲା । ଏଥିରେ ବାଇକରେ ଯାଉଥିବା ଜଣେ ମହିଳା ଓ ଅନ୍ୟ  ଜଣ ବ୍ୟକ୍ତି ରାସ୍ତା କଡକୁ ଛିଟିକି ପଡିବା ସହ ଖଣ୍ଡିଆ ଖାବରା ହୋଇ ଗୁରୁତର ହୋଇପଡିଥିଲା । ସେଠାରୁ ସେମାନଙ୍କୁ ତୁରନ୍ତ ପଣ୍ଡିଆ ଛକ ଠାରେ ଥରବା ଦୋକାନୀ ବନ୍ଧୁ ଓ କିଛି ଯୁବକ ୧୦୮ ଯୋଗେ ଜଗତସିଂହପୁର ଡାକ୍ତର ଖାନାକୁ ଚିକିତ୍ସା  ପାଇଁ ପଠାଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଂଚି ବାଇକ ଓ ସ୍କୁଟିକୁ ଜବତ କରିବା ସହ ସ୍କୁଟି ଚଳାଉଥିବା ଯୁବକକୁ ଥାନାକୁ ନେଇ ପଚରା ଉଚରା କରିଛି ଏବଂ ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି ।

ତେବେ ଦୁର୍ଘଟଣା ସମୟରେ ସେଠାରେ ଏପସ୍ଥିତ ଥରବା ଜନସାଧାରଣ କହିଛନ୍ତି ଯେ ବାଇକ ଚାଳକର କୌଣସି ଭୁଲ ନାହିଁ ସ୍କୁଟି ଚଳାଇ ଆସୁଥିବା ଯୁବକ ଅନ୍ୟ ମନସ୍କ ଭାବେ ବେପରୁଆ ଭାବେ ଗାଡି ଚଳାଇ ଆସୁଥରବାରୁ ଦୁର୍ଘଟଣା ଘଟିଥିଲା । ଗୁରୁତର ହୋଇ ଚିକିତ୍ସିତ ହେଉଥରବା ବାଇକ ଆରୋହୀ ଏବଂ ମହିଳା ଜଣକ ଘର ବାଲିକୁଦା ଥାନା ମାଛଗାଁ ଅଂଚଳରେ ବୋଲି ଜଣାପଡିଛି । ସେମାନଙ୍କ ପରିଚୟ ମିଳିପାରିନାହିଁ ।

Nalco
Leave A Reply