ବିରିଡି, ୨୮ା୦୮ ; ହୀରାକୁଦ ଛାଡିଥିବା ବନ୍ୟା ଜଳ ବିଭିନ୍ନ ନଦୀରେ ପ୍ରବାହିତ ହେଉଛି । କାଠ ଯୋଡି ଠାରୁ ବାହାରିଥିବା ଦେବୀ ଓ ବିଲୁଆଖାଇ ଶାଖା ନଦୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଗତ କାଲି ଗୁରୁବାର ମଧ୍ୟ ରାତ୍ରୀ ସୁଧା ଦଳେଇ ଘାଇ ଠାରେ ହାଇ ଲେବୁଲ ତଳେ ଅର୍ଥାତ ୫୩.୫ ତଳେ ପ୍ରବାହିତ ହେଉଥିଲା ଶୁକ୍ରବାର ମଧ୍ୟାନ୍ନ ସୁଧା ଏହା ସାମାନ୍ୟ ହ୍ରାସ ପାଇଥିବା ଦଳେଇଘାଇ ଜଳସେଚନ ସେକ୍ସନ ଅଧିକାରୀ ସୁବୋଧ ମହାପାତ୍ର ସୁଚନା ଦେଇଛନ୍ତି ।
ଦଳେଇଘାଇ ଠାରେ ବର୍ତମାନ ୫୭.୦୫ ରେ ଜଳସ୍ତର ପହଂଚିଲେ ତାହା ବିପଦ ସ୮୍କୁଳ ସ୍ତର ବୋଲି କୁହାଯାଉଥିବା ବେଳେ ବର୍ତମାନ ସୁଦ୍ଧା ସେହି ସ୍ତରକୁ ଛୁଇଁ ନାହିଁ କିମ୍ବା ବର୍ତମାନ ପରିସ୍ଥିତିରେ ସେମିତି କିଛି ଅଶଙ୍କା ନଥିବା ଶ୍ରୀ ମହାପାତ୍ର କହିଛନ୍ତି । ତଥାପି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିଦେ୍ର୍ଧଶରେ ଦଳେଇଘାଇ, ଅଷ୍ଟସମ୍ଭୁ, କିମର ଖାତିଆ, ବାଲିଆ ଓ ଅନ୍ୟାନ୍ୟ ସ୍ଥାନର ନଦୀ ବନ୍ଧ ଉପରେ ଗତ କାଲି ରାତି ସାରା ହାଇମାକ୍ସ ଲାଇଟ, ଟଚ୭ ଲାଇଟ ଓ ସମସ୍ତ କର୍ମଚାରୀଙ୍କ ନେଇ ପ୍ରହରା ଦିଆଯାଇଥିଲା । ଏବଂ ଆଜି ମଧ୍ୟ ନଦୀ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି ।
