Odisha news

ଧାନ ଜମିରେ ଆଂଠୁଏ ପାଣି ଜମି ରହିଛି : ତହସିଲଦାରଙ୍କୁ ଜଣାଇଲେ ଶିବପୁର ପଂଚାୟତ ଚାଷୀ

0

ବିରିଡି ; ବିରିଡି ବ୍ଲକର ଶିବପୁର ପଂଚାୟତର ଚାଷୀମାନଙ୍କ ଧାନ ବିଲରେ ଆଂଠୁଏ ପାଣି ଜମି ରହିଛି । ଲଗାଣ ବର୍ଷା ଯୋଗୁଁ ଏହି ସମସ୍ୟା ଦେଖାଦେଇଥିବା ବେଳେ ଖାଲୁଆ ଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ । ହଂସୁଆ ଡ୍ରେନେଜ ର ବିଭିନ୍ନ ସ୍ଥାନରେ କରାଯାଇଥିବା ଛୋଟ ଛୋଟ ପୋଲ ମାନଙ୍କରେ ଦଳ ଓ ଅନ୍ୟାନ୍ୟ ଅନାବନା ଗଛ ଜାମ କରି ରଖିଥିବାରୁ ଯେଉଁ ପରିମାଣରେ ପାଣି ନିଷ୍କାସନ ହେବା କଥା ସେଥିରେ ବାଧା ସୃଷ୍ଠି ହୋଇଛି ।

ବିଗତ ମାସକ ଭିତରେ ୩ ଥର ଲଘୁଚାପ ବର୍ଷା ବର୍ଷିବା ଫଳରେ ଧାନ ଗଛ ବାରମ୍ବାର ବୁଡି ରହି ଏକ ପ୍ରକାର ଯିବା ସହ ଆଉ ଖାଲୁଆ ଜମି ଥିବା ଧାନ ଗଛର ଆଦୌ ସୁଧାର ଆସିବ ନାହିଁ ।

କିମ୍ବା ଧାନ ଫସଲ ହେବାର ସମ୍ବାବନା ନାହିଁ । ତେଣୁ ସେଠାକାର ଚାଷୀ ଦଳ, ଧାନ ରୁଆ, ତଳି ପକାଇବା ଆଦିରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚିନ୍ତାରେ ରହିଥିବା ବେଳେ ଶିବପୁର ଚାଷୀ ପ୍ରକାଶ ବେହେରା, ଚିତ ରଂଜନ ବେହେରା, ଅଭୟ କୁମାର ଜେନା, ମଙ୍ଗଳା ମହାନ୍ତି, ପ୍ରମୋଦ କୁମାର ବେହେରା, ଅଶୋକ କୁମାର ଜେନା, ସନ୍ଦିପ ପରିଜା, ହିରଣ୍ୟ ବେହେରା, ସନାତନ ବେହେରା, ସୁଦର୍ଶନ ମହାନ୍ତି, ପ୍ରଣକୃଷ୍ଣ ବେହେରା, ହରେକୃଷ୍ଣ ପରିଜା, ସରୋଜ ବେହେରା, ପ୍ରଭାତ ବେହେରା, ପ୍ରମୁଖ ବିରିଡି ତହସିଲଦାରଙ୍କୁ ଭେି ଏହି ସମସ୍ୟାକୁ ଜଣାଇବା ସହ କ୍ଷୟକ୍ଷତି ଆକଳନ କରି ସହାୟତା ପାଇ ଦାବି କରିଛନ୍ତି ।

Leave A Reply