ପାରାଦୀପ୍ ଓ ଏହାର ଆଖପାଖ ଅଞ୍ଚଳ ତଥା ଏରସମା ଓ ବାଲିକୁଦା ରେ ଆଜି ପକ୍ଷୀ ଗଣନା କରାଯାଉଚି | ପ୍ରତିବର୍ଷ ପରି ଚଳିତ ବର୍ଷ ଶୀତଦିନେ ଆସୁଥିବା ବିଦେଶାଗତ ପକ୍ଷୀ ମାନଙ୍କର ଗଣନା ଆରମ୍ଭ ହୋଇଥିଲା | 5 ଟି ଟିମ୍ ପାରାଦୀପ୍ ର ପିପିଏଲ୍ ରେ ଦୁଇଟି ଟିମ୍ , ହାୱାଖାନା ରେ ଗୋଟିଏ ଟିମ୍ , ଜଟାଧାରୀମୁହାଣ ତଣ୍ଡା ରେ ଗୋଟିଏ ଟିମ୍ ଓ ବନ୍ଦର ରେ ଗୋଟିଏ ଟିମ୍ ସମୁଦାୟ 5 ଟି ଟିମ୍ କୁ ନେଇ ଏହି ସବୁ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା | କୁଜଙ୍ଗ ରେଞ୍ଜର , ଭୁବନେଶ୍ବର ର ଏକ ଟିମ୍ ସମେତ ଗୋଟିଏ ଟିମ୍ ରେ 8 ଜଣ ଲେଖାଏଁ 5 ଟିମ୍ ଆଜି ଭୋର୍ ସକାଳୁ ଏହି ଗଣନା କାର୍ଯ୍ୟ ରେ ନିୟୋଜିତ ଥିଲେ | ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କ ସାଂଖ୍ୟ ବଢିବା ସହ ଏହା 42 ହଜାର ସଂଖ୍ୟାରେ ପହଂଚି ଥିବା ବେଳେ ମୋଟ 46 ଟି ପ୍ରଜାତି ର ବିଦେଶାଗତ ପକ୍ଷୀ ଆସିଥିବା ଦେଖିବାକୁ ମିଳିଛି | ପାରାଦୀପ୍ ଏକ ପ୍ରଦୂଷଣ ଯୁକ୍ତ ଅଞ୍ଚଳ ହୋଇଥିବା ଓ ସଦାସର୍ବଦା କଳକାରଖାନା ର କେଁ କଟର ଶବ୍ଦ ଥାଇ ମଧ୍ଯ ଏକ ସାର କାରଖାନା ଅଞ୍ଚଳରେ ପରିବେଶ କୁ ପକ୍ଷୀ ଙ୍କ ନିମନ୍ତେ ଅନୁକୂଳ ରଖାଯାଉଥିବା ଯୋଗୁଁ ପ୍ରତିବର୍ଷ ପକ୍ଷୀ ମାନେ ଆସୁଥିବା କହିଛନ୍ତି ଏହାର କର୍ପୋରେଟ ବ୍ୟାପାର ମୁଖ୍ୟ ଶୁଦ୍ଧି ରଞ୍ଜନ ମିଶ୍ର | ଚଳିତ ବର୍ଷ ଇଉନିୟନ୍ ହ୍ୟୁମ୍ରେଲ ନାନକ ଏକ ପ୍ରଜାତି ର ପକ୍ଷୀ ଆସିଥିବା ଗଣନାକାରୀ ମାନେ ପ୍ରକାଶ କରିଛନ୍ତି |
