Odisha news

ବିରଜାକ୍ଷେତ୍ର : ଜିଲ୍ଲାପାଳଙ୍କର ନଗଡା ଓ ଗୁହିଆ ଶାଳ ପରିଦର୍ଶନ

0

ବିରଜାକ୍ଷେତ୍ର : ଶନିବାର ଜିଲ୍ଲାପାଳ ରଂଜନ କୁମାର ଦାସ ନଗଡା ଓ ଗୁହିଆଶାଳକୁ ପରିଦର୍ଶନ କରିବା ସହ ବିଭିନ୍ନ ବ୍ୟବସ୍ଥା ଓ ଯୋଜନାର ସମୀକ୍ଷା କରିଥିଲେ । ନଗଡାରେ ପରିବାର ନିୟୋଜନ ଓ ନିୟନ୍ତ୍ରଣ କରିବା ଉଦେ୍ଦଶ୍ୟରେ ସ୍ଥାନୀୟ ତିନି ଜଣ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବେ କାମ କରିବେ । ଏଥିପାଇଁ ସେମାନଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯିବ । ତେବେ ଜନ୍ମ ନିୟନ୍ତ୍ରଣ କରୁଥିବା ଦମ୍ପତିମାନଙ୍କୁ ସରକାରୀ ସହାୟତା ବ୍ୟତିରେକେ ୫ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ପ୍ରଦାନ କରିଛନ୍ତି । ପ୍ରତ୍ୟେକ ବାଡିରେ କିଛି କିଛି ଚାଷ ଚାଲି ଥିବାର ମଧ୍ୟ ଦେଖିବାକୁ ପାଇଥିଲେ ।

ପରେ ତଳନଗଡାରେ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଶ୍ରୀ ଦାସ ଆଲୋଚନା କରିଥିଲେ । ସେମାନଙ୍କ ଅନେକ ପରିବର୍ତନ ଘଟିଥିଲେ ମଧ୍ୟ ଶୌଚାଳୟକୁ ସାର୍ବଜନନୀ ଭାବେ ବ୍ୟବହାର କରିବାରେ ଅଭାବ ପରିଲକ୍ଷିତ ହେଉଛି । ତେଣୁ ସମସ୍ତଙ୍କୁ ଶୌଚାଳୟ ବ୍ୟବହାରର ଆବଶ୍ୟକତା, ଉପଯୋଗୀତା ଏବଂ ବାହାରେ ମଳମୂତ୍ର ତ୍ୟାଗର ସମସ୍ୟା ସଂପର୍କରେ ଜିଲ୍ଲାପାଳ ବୁଝେଇଥିଲେ । ପରେ ୨ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଗଲା ଯେ ସେମାନେ ଘରକୁ ଘର ବୁଲି ଲୋକମାନଙ୍କୁ ପାଇଖାନା ବ୍ୟବହାର ସଂପର୍କରେ ଓ ପରିବାର ନିୟୋଜନ ପାଇଁ ସଚେତନ କରାଇବେ ।

ଏଥିପାଇଁ ଜଣ ପିଛା ମାସକୁ ଏକ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ବ୍ୟକ୍ତିମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରି କଲୋନୀ ଢ଼ାଂଚାରେ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଗସ୍ତରେ ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ, ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୁକିନ୍ଦା ବିଡିଓ ଡା. ବିଶ୍ୱଜିତ ଦାସ, ଯାଜପୁର ବିଡିଓ ସୌରଭ ଚକ୍ରବର୍ତୀ, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ଜିଲ୍ଲା ପଂଚାୟତ ଅଧିକାରୀଅଶୋକ କୁମାର ସେଠୀ, ଏଡିଏମ୍ଓ ଡା. ସୁଧାଂଶୁ ଶେଖର ବଳ, ନିର୍ବାହୀ ଯନ୍ତ୍ରୀ ଗ୍ରାମଉନ୍ନୟନ ବିଭାଗ ବିଜୟ ମହାରଣା ସ୍ୱାସ୍ଥ୍ୟ ବିଭାଗର କର୍ମୀ ଓ ଅନ୍ୟାନ୍ୟ ବିଭାଗର କର୍ମ·ରୀମାନେ ଉପସ୍ଥିତ ଥିଲେ ।

Leave A Reply