ବିଂଝାରପୁର, ୧୭.୧୦ : ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କନଜୁମର ଆସୋସିଏସନ ଆଞ୍ଚଳିକ କମିଟି ଜରୀ-ଛନ୍ଦାମୁଣ୍ଡ କମିଟିର ସେକ୍ରେଟାରୀ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ଵର ବାଳମୁକୁଳୀ ଇଲେକ୍ଟ୍ରିକାଲ ଏସ୍.ଡି.ଓ. ଅଫିସ୍ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ଗତ ୧୬.୧୦.ରେ ଅନୁଷ୍ଠିତ ହୋଇଯାଇଛି। ଘନ ଘନ ବିଜୁଳି କାଟ ବନ୍ଦ କରିବା, ପ୍ରସ୍ତାବିତ ପ୍ରିପେଡ୍ ମିଟର ସମ୍ପୂର୍ଣ୍ଣ ବାତିଲ କରିବା,ବସାଯାଇଥିବା ମିଟର ଗୁଡିକୁ ସଂଶୋଧନ କରାଯାଇ ଆଦାୟ ହୋଇଥିବା ବର୍ଦ୍ଧିତ ବିଲ୍ ଉପଭୋକ୍ତାମାନଙ୍କୁ ତୁରନ୍ତ ଫେରସ୍ତ କରିବା, ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦କୁ ବାତିଲ କରି ସମସ୍ତ ଉପଭୋକ୍ତାଙ୍କୁ ସର୍ବନିମ୍ନ ୨୦୦ ଯୁନିଟ ବିଜୁଳି ମାଗଣାରେ ଯୋଗାଇଦେବା ଆଦି ଦାବୀରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଇନ୍ଚାର୍ଯ ଅଭିମନ୍ୟୁ ମଲ୍ଲିକଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁଳି ଘରୋଇ କରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବା କ୍ଷେତ୍ରରେ କାମଦେବ ମଲ୍ଲିକ, ଶ୍ରୀଧର ମଲ୍ଲିକ, ଭାସ୍କର ଦାସ, ଦଶରଥ ମଲ୍ଲିକ,ଅଚ୍ୟୁତ ସେଠୀ, ତ୍ରିଲୋଚନ ମଲ୍ଲିକ, ହରେକୃଷ୍ଣ ଯେନା, ହୃଦାନନ ମଲ୍ଲିକ,ଜୟରାମ ମଲ୍ଲିକ, କାଳନ୍ଦୀ ମଲ୍ଲିକ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଳନ କରିଥିଲେ।