Odisha news

ମୁକ୍ତା ଯୋଜନା କାର୍ଯ୍ୟକାରୀ ପାଇଁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଲେ

0

ଅମରେନ୍ଦ୍ର କୁମାର ପଟ୍ଟନାୟକ , ସକାଳ ଖବର : ମୁକ୍ତା ଯୋଜନା ଭଳି ଅଭିନବ ଓ ଐତିହାସିକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜି ବ୍ଳକ୍ ସମ୍ମିଳନୀ କକ୍ଷ ପରିସରରେ ଆୟୋଜିତ ୨୦୨୩-୨୪ ବର୍ଷ ପାଇଁ ଆୟୋଜିତ ମୁକ୍ତା ଆକ୍ସନ୍ ପ୍ଳାନ୍ ବୈଠକରେ ଭିସି ଜରିଆରେ ଯୋଗଦେଇ ଶ୍ରୀ ଆରୁଖ ମୁକ୍ତା ଯୋଜନାର କାର୍ଯ୍ୟକାରିତା ସଂର୍ପକରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଭଞ୍ଜନଗର ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସହ ଆଲୋଚନା କରିଥିଲେ।ଏଥିରେ ସହରର ମୁକ୍ତାକାଶ ବ୍ୟାୟମଶାଳା,ଅତ୍ୟାଧୁନିକ ଶୌଚାଳୟ,ପାଚେରୀ ଓ ରାସ୍ତାର ଉନ୍ନତି କରଣ,ପୋଖରୀ ପୁନରୁଦ୍ଧାର ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏନ୍ଏସି ପକ୍ଷରୁ ମୋଟ ୩୮ ଟି ପ୍ରକଳ୍ପ ପାଇଁ ୩ କୋଟି ୫୩ ଲକ୍ଷ ଟଙ୍କାର ପ୍ରସ୍ତାବ ପ୍ରଦାନ କରାଯାଇଥିବା ବେଳେ ଅର୍ଥ ମଞ୍ଜୁର ହେଲା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସହରର ସୌନ୍ଦଯ୍ୟ ବହୁ ଗୁଣିତ ହେବା ସହ ସହରକୁ ଏକ ନୂଆ ରୂପ ପ୍ରଦାନ କରିବ। ଏଥିସହ ବିଶିଷ୍ଟ କ୍ରୀଡାବିତ୍ ପି.ଆନନ୍ଦ ରାଓ,କାର୍ତ୍ତିକ ରାଓ,କଳାକାର ଧ୍ରୁବ ମହାରଣା,ଶିକ୍ଷାବିତ୍ ଉପେନ୍ଦ୍ର କୁମାର ଶତପଥୀ,ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ସମସ୍ତ କାଉନସିଲର ଓ ଏନ୍ଏସି କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply