ନୂଆପଲ୍ଲୀ ଥାନା ପୋଲିସ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ପାଞ୍ଚ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୬ଟି ଗାଡି ଓ ସାତୋଟି ମୋବାଇଲ୍ ଫୋନ୍ ଜବତ କରିଛି । ଆଇଆଇସି ଶରତ ସାହୁଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଦୁଇଟି ବାଇକ୍ ଲୁଟେରା ଗ୍ୟାଙ୍ଗର ୫ ପେଶାଦାର ଅପରାଧୀଙ୍କ ଗିରଫ କରିଛି । ନୂଆପଲ୍ଲୀ ଥାନା ପୋଲିସର ଏହି ସଫଳତାକୁ ନେଇ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଟ୍ୱିଟରେ ପ୍ରଶଂସା କରିଛନ୍ତି ।
ଗିରଫ ଲୁଟେରାମାନେ ହେଲେ ନୟାଗଡ ଜିଲ୍ଳା ଶରଣକୁଳ ଥାନା ଗୋଡିପଡାର ସୋନୁ ପ୍ରଧାନ(୨୯), ସେ ନୂଆପଲ୍ଳୀ ଥାନା ସାଲିଆସାହି ନୀଳଚକ୍ରନଗରରେ ରୁହେ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମଳିପଡାର ଚିତ୍ତରଞ୍ଜନ ପରିଡା ଓରଫ ତପୁ(୨୬) ଓ ଜଙ୍କିଆ ଥାନା ମଳିପଡାର ଦେବ କାଳସୀ(୨୮) । ଏହି ଗ୍ୟାଙ୍ଗ୍ର ମୁଖ୍ୟ ଅଭିଯୁକ୍ତ ହେଉଛି ସୋନୁ । ସୋନୁ ଏହି ଗ୍ୟାଙ୍ଗ୍କୁ ଚଳାଉଥିଲା । ଅନ୍ୟ ଏକ ଗ୍ୟାଙ୍ଗର ଦୁଇ ଗିରଫ ଲୁଟେରା ହେଲେ ନୟାଗଡ ଜିଲ୍ଳା ଇଟାମାଟି ଥାନା ବଡ ସାହିର ପ୍ରଶାନ୍ତ ଗୋ÷ଡ(୨୧) ଓ ଇଟାମାଟି ଥାନା ଲାଠିପଡାର ଧୀର ନାୟକ( ୧୯) । ଏହି ଗ୍ୟାଙ୍ଗ୍ କେଟିଏମ୍ ବାଇକ ଲୁଟ୍ପାଟ କରେ ।
ଏହାର ମାଷ୍ଟରମାଇଣ୍ଡି ହେଲା ପ୍ରଶାନ୍ତ । ଗିରଫ ୫ ଲୁଟେରାମାନଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଫିସର କହିଛନ୍ତି । ଏ ନେଇ ଥାନା ଅଧିକାରୀ ଶରତ ସାହୁ କହିଛନ୍ତି ଯେ, ଏହି ଦୁଇ ଗ୍ୟାଙ୍ଗ ଖୋର୍ଦ୍ଧା,ଭୁବନେଶ୍ୱରରେ ବାଇକ ଲୁଟ୍ କରି ଆତଙ୍କ ଖେଳାଇଥିଲେ । ଦୁଇଟି ଗ୍ୟାଙ୍ଗକୁ ଧରିବା ପାଇଁ ବହୁ ଉଦ୍ୟମ କରି ଆମେ ସଫଳ ହୋଇଛି । ଏହି ଗ୍ୟାଙ୍ଗ୍ର ଆଉ କିଛି ପେଶାଦାର ଅପରାଧୀ ଫେରାର ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହ ସେମାନଙ୍କଠାରୁ ବାଇକ୍ ଜବତ କରାଯିବ । ଚୋରି ହୋଇଥିବା ଅଭିଯୋଗକାରୀମାନଙ୍କୁ ଆମେ ବାଇକ ଖୁବଶୀଘ୍ର ଫେରାଇ ଦେବୁ ।
ନୟାଗଡ ଜିଲ୍ଳା ଶରଣକୁଳ ଥାନା ଗୋଡିପଡାର ସୋନୁ ପ୍ରଧାନ ଜଣେ ପେଶାଦାର ବାଇକ ଲୁଟେରା । ଖାଲି ସେତିକି ନୁହେଁ, ତାର ଗ୍ୟାଙ୍ଗ୍ରେ ୫ ରୁ ୬ ଜଣ ପାଠ ପଢ଼ୁଆ ଯୁବକ ସାମିଲ ହୋଇଛନ୍ତି । ପ୍ରଶାନ୍ତ ଚନ୍ଦ୍ରଶେଖପୁର, ମଞ୍ଚେଶ୍ୱର, ସହିଦନଗର, ନୂଆପଲ୍ଲୀ ଆଦି ଅଞ୍ଚଳରୁ ବାଇକ୍ ଲୁଟ୍ କରି ଆତଙ୍କ ସୃଷ୍ଟି କରିଥିଲେ । ନୂଆପଲ୍ଳୀ ଥାନା ନିକଟସ୍ଥ ଏକାମ୍ରବିହାର ପ୍ଳଟ ନମ୍ବର ୧୫ରେ ରହୁଥିବା ମୋହନ ବାରିକ(୨୩)ଙ୍କ ଏକ ବାଇକକୁ ଦୁର୍ବୃତ୍ତମାନେ ନଭେମ୍ବର ୧୭ ତାରିଖ ଦିନ ଚୋରି ହୋଇଯାଇଥିଲା ।
ଏ ନେଇ ଶ୍ରୀ ବାରିକ ୧୮ ତାରିଖ ଦିନ ନୂଆପଲ୍ଳୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇଥିଲେ ଥାନା ଅଧିକାରୀ ଶରତ ସାହୁ । ଅପରାଧୀଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲେ ନୂଆ ରଣନୀତି । ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରକାଶକୁ ଦୁଇ ଦିନ ତଳେ ଧରିବାରେ ସଫଳ ହୋଇଥିଲେ ଥାନା ଅଧିକାରୀ । ପରେ ଧିର ନାୟକକୁ ଧରିଥିଲେ । ଦୁହେଁ ଦାମି କେଟିଏମ ବାଇକକୁ ଚୋରି କରି ଖୋର୍ଦ୍ଧା ଅଞ୍ଚଳରେ ଥିବା ଖଣି ମାଫିଆଙ୍କୁ ୫ ରୁ ୭ ହଜାର ଟଙ୍କାରେ ବିକି୍ର କରିଥିଲେ । ଦୁଇ ଅପରାଧୀଙ୍କୁ ଧରିବା ପରେ ପୋଲିସ ଖୋର୍ଦ୍ଧା ଅଞ୍ଚଳରୁ କିଛି ଚୋରି ବାଇକ୍ ଜବତ କରିଛି ।
ସେହିଭଳି ଅନ୍ୟ ଏକ ଗ୍ୟାଙ୍ଗର ମୁଖ୍ୟ ମାଷ୍ଟର ମାଇଣ୍ଡ ହେଉଛି ନୟାଗଡ ଜିଲ୍ଳା ଶରଣକୁଳ ଥାନା ଗୋଡିପଡାର ସୋନୁ ପ୍ରଧାନ । ସୋନୁ ତାର କିଛି ସହଯୋଗୀଙ୍କୁ ଧରି ନୂଆପଲ୍ଳୀ ଥାନା ରେଣ୍ଟାଲ କଲୋନୀଠାରୁ ଆରମ୍ଭ ଅଞ୍ଚଳରୁ ବାଇକ ଲୁଟ୍ କରୁଥିଲା । କଟକ ଫୁଲନଖରାର ସୋ÷ମ୍ୟରଞ୍ଜନ ରଣାଙ୍କ ବାଇକକୁ ଦୁର୍ବୃତ୍ତମାନେ ଅକ୍ଟୋବର ୯ ତାରିଖ୍ ଦିନ ନୂଆପଲ୍ଳୀ ଅଞ୍ଚଳରୁ ଚୋରି କରି ନେଇ ପଳାଇଥିଲେ । ଏ ନେଇ ସୋ÷ମ୍ୟରଞ୍ଜନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କରି ସଫଳ ହୋଇଛି । ସୋନୁକୁ ପୁଲିସ ଧରିବା ପରେ ତାର ସହଯୋଗୀ ଚିତ୍ତରଞ୍ଜନ ଓ ଦେବ କାଳେସୀକୁ ପୁଲିସ ଗିରଫ କରିଥିଲା । ସମସ୍ତ ୫ ଲୁଟେରାଙ୍କଠାରୁ ପୁଲିସ ୪୬ଟି ବାଇକ୍ ସହ ୭ ଟି ମୋବାଇଲ ଫୋନ ଜବତ କରିଛି ।
