Odisha news

ବିକାଶ ଦୁବେ ୨୨ ବର୍ଷ ପୂର୍ବରୁ କରିଥିଲା ପୋଲିସ ଉପରେ ଆକ୍ରମଣ

0

ଉତ୍ତରପ୍ରଦେଶ : କାନପୁରର ବିକରୁ ଗାଁରେ ଚଢ଼ାଉ ପାଇଁ ଯାଇଥିବା ପୋଲିସ ଟିମ ଉପରେ ଆକ୍ରମଣ କରି ଓ ୮ ଜଣ ପୋଲିସ କର୍ମୀଙ୍କୁ ହତ୍ୟାକାରୀ ବିକାଶ ଦୁବେ ଚର୍ଚାରେ ରହିଥିଲା l କାନପୁର ପୋଲିସ ଓ STF ଟିମ ବିକାଶ ଦୁବେକୁ ଏନ୍କାଉଣ୍ଟରରେ ମାରି ଦେଇଥିଲେ ,କିନ୍ତୁ ସେହି ବିକାଶ ଦୁବେକୁ ନେଇ ପ୍ରତେକ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି l ବିକାରୁ ଗାଁରେ ଜୁଲାଇ ୨ ତାରିଖ ରାତିରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା l ଏପରି ଘଟିବାର ଘଟଣା ପ୍ରଥମ ନଥିଲା l ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ପୂର୍ବରୁ ମଧ୍ୟ ଏହିପରି କରିସାରିଛି l

୨୨ ବର୍ଷ ପୂର୍ବରୁ ଏହିପରି ଏକ ଘଟଣା ଘଟିଥିଲା ,୧୯୯୮ ମସିହା ମଇ ମାସ ୫ ତାରିଖ ବିକାରୁ ଗାଁରେ ପୋଲିସ ଗୋଟିଏ ଅପରାଧକୁ ନେଇ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ସହିତ ଅନ୍ୟ ଦୁଇ ଅଭିଯୁକ୍ତକୁ କରିଥିଲା l ପୋଲିସ କହିବା ଅନୁସାରେ ସେତେବେଳେ ବିକାଶର ମା ,ପତ୍ନୀ ଓ ଭାଇ ସହିତ ୧୬ ଜଣ ଅବୈଧ ଭାବରେ ପୋଲିସ ଉପରେ ଆକ୍ରମଣ କରି ଅପରାଧୀ ମାନଙ୍କୁ ଖଲାସ କରିବାରେ ସାହାଯ୍ୟ କରିଥିଲେ l ସେତେବେଳେ ବିକାଶ ଦୁବେ ଗାଁର ମୁଖିୟା ମଧ୍ୟ ଥିଲା l

ସେହି ସମୟରେ ବିକାଶକୁ ଗିରଫ କରିବାକୁ ଯାଇଥିବା SSI ବିଜେନ୍ଦ୍ର ସିଂ ଏକ ମ,ଅମଲା ରୁଜୁ କରିଥିଲେ lଏଫଆଇଆର ଅନୁସାରେ SSI ସିଂ ଲେଖିଥିଲେ ଯେ ବିକାଶ ଦୁବେକୁ ତାର ସହଯୋଗୀ ମାନଙ୍କ ସହିତ ଗିରଫ କରି ଆମେ ପୋଲିସ ଜିପରେ ବସାଇଥିଲୁ ,କିନ୍ତୁ ଏହି ସମୟରେ ବିକାଶ ଦୁବେର ମା ,ପତ୍ନୀ ଓ ଭାଇ ଆସି ଆମକୁ ମାରନା ଅସ୍ତ୍ରରେ ଆକ୍ରମଣ କରି ସେମାନଙ୍କୁ ଛଡାଇ ନେଇ ଯାଇଥିଲେ l SSI ସେହି ସମୟରେ ଦେଇଥିବା ଏଫଆଇଆର ଅନୁସାରେ ବିକାଶ ଦୁବେ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା l ବିକାଶ ଦୁବେର ଆତଙ୍କ ଓ ଗୁଣ୍ଡଗରଦି କାରଣରୁ ଗାଁର କୌଣସି ବ୍ୟକ୍ତି ସାକ୍ଷୀ ଦେବାପାଇଁ ଆସିନଥିଲେ l

ଜୁଲାଇ ୨ ତାରିଖ ରାତି ଘଟଣାରୁ ପୋଲିସ କର୍ମୀ ମାନଙ୍କ ଉପରେ ଘଟଣା ପୂର୍ବରୁ ବିକାଶ ଦୁବେର ନାମ ଥାନାର ହିଷ୍ଟ୍ରୀସିଟର ତାଲିକାରେ ମଧ୍ୟ ନଥିଲା l ବିକାରୁ କାନ୍ଦ ପରେ ପୋଲିସ ବିକାଶ ଦୁବେ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା ,ପରେ ଏହି ପୁରସ୍କାର ରାଶି ବଢି ୫ ଲକ୍ଷରେ ପହଁଚିଲା l ବିକାଶ ଦୁବେ ମଧ୍ୟପ୍ରଦେଶର ମହାକାଳ ମନ୍ଦିରରେ ଗିରଫ ହେଲା l ଉଜ୍ଜୟିନୀ ପୋଲିସ ଠାରୁ ଉତ୍ତରପ୍ରଦେଶ ପୋଲିସ ଓ STF ଟିମ ହାଣ୍ଡଭର ନେଇ ଆସୁଥିଲା ବେଳେ ବାଟରେ ଅଙ୍କୁନକାଉଣ୍ଟର ଦ୍ୱାରା ମୃତ୍ୟୁ ହୋଇଥିଲା l

Govt
Leave A Reply