Odisha news

ବିଜୁ ଯୁବ ଜନତା ଦଳର ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀ ସଭାପତି ମାନସ ସାହୁଙ୍କ ଅକାଳ ବିୟୋଗ

0

୩୦/୦୪/୨୦୨୦ରିଖ : ବିଜୁ ଯୁବଜନତା ଦଳର ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀ ସଭାପତି ମାନସ ସାହୁଙ୍କ ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି ।ସେ ୩ଥର ବ୍ରଜରାଜ ନଗରର କାଉନ୍ସିଲର ଥିଲେ ।ତାଙ୍କ ବିୟୋଗରେ ବିଜୁଜନତା ଦଳ ଏକ ଉଦିୟମାନ ଯୁବ ନେତୃତ୍ୟ ଏବଂ ଝାରସୁଗୁଡା ଜିଲ୍ଲାର ଯୁବ ସଂଗଠନର ଏକ ସକ୍ରୀୟ ସଂଗଠକଙ୍କୁ ହରାଇଛି ।ତାଙ୍କରଏହି ଅକାଳ ବିୟୋଗ ବିଜୁ ଯୁବ ଜନତା ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ଘଟିଛି ।ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ରାଜ୍ୟ ବିଜୁ ଯୁବଜନତା ଦଳ ତରଫରୁ ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

Leave A Reply