ଆଠଗଡ଼ ୨/୬/୨୩ ତିଗିରିଆ ଠାରେ ସିଭିଲ କୋର୍ଟ କାର୍ଯ୍ୟାଳୟ ପାଇଁ ନବ ନିର୍ମିତ କୋଠା ର ଉଦଘାଟନ ଓ ଆଠଗଡ଼ ଅଦାଲତ ପରିସରରେ ସିଭିଲ କୋର୍ଟ ପରିସର ଓ ଆଠଗଡ଼ ବାର ଆସୋସିଏସନ୍ ହଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିବାରୁ ଓଡ଼ିଆ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ଆଠଗଡ଼ ବିଜୁ ଆଇନ ସାମୁଖ୍ୟ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ ଡକା ଯାଇନଥିବାରୁ ଓକିଲ ସଂଘ ର ପୂର୍ବତନ ସଭାପତି ପ୍ରଶାନ୍ତ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ତିଗିରିଆ ସିଭିଲ କୋର୍ଟ କୋଠା ନିର୍ମାଣ ଓଡ଼ିଆ ପୋଲିସ ଗୃହ ନିର୍ମାଣ ସଂସ୍ଥା କରିଛନ୍ତି ମାତ୍ର କାର୍ଯ୍ୟ ରେ ନିମ୍ନ ମାନର ନିର୍ମାଣ କୁ ତିଗିରିଆ ଓକିଲ ସଂଘ ର ସଭାପତି ମଙ୍ଗଳ କୃଷ୍ଣ ଦାସ ଅଭିଯୋଗ କରି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଙ୍କୁ ଅଭିଯୋଗ କରାଯିବ ବୋଲି କହିଛନ୍ତି। ବିଜୁ ଆଇନ ସାମୁଖ୍ୟ ସଭାପତି ସଂଜୟ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସତ୍ଯେନ ପଣ୍ଡା,ପ୍ରଶନ୍ନ ରାଉତ, ବିନୟ ଶୁକ୍ଳ,ନିମେଇ ଚରଣ ଦାସ, ଦିପକ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।