Odisha news

ବିହାର ବିଧାନସଭା ନିର୍ବାଚନ : ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଥିବା ଆନନ୍ଦ ମୋହନଙ୍କ ପତ୍ନୀ ଲଭଲି ଏବଂ ପୁଅ ଚେତନ ଆଜି ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ଯୋଗଦେଲେ

0

ପାଟନା: ତେବେ, ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ଯାଇଥିବା ବେଳେ ଆନନ୍ଦ ମୋହନଙ୍କ ପତ୍ନୀ ଲଭଲି ଏବଂ ପୁଅ ଚେତନ ଆଜି ଆରଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବା ଘଟଣାକୁ କେନ୍ଦ୍ର କରି ବିହାରରେ ରାଜନୈତିକ ଚର୍ଚ୍ଚା ଆଲୋଚନା ଜୋର ଧରିଛି।
ଆରଜେଡିରେ ଯୋଗଦେବା ପରେ ଲଭଲି କହିଛନ୍ତି ଯେ ସେ ତାଙ୍କ ପୁଅଙ୍କ ସହ ମିଶି ପାର୍ଟିକୁ ସର୍ବୋତ୍ତମ ସେବା ଦେବା ପାଇଁ ଚେଷ୍ଟା କରିବେ ଏବଂ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ସେମାନେ ଆନ୍ତରିକତାର ସହ ଦାୟିତ୍ୱପୂର୍ଣ୍ଣ ଢ଼ଙ୍ଗରେ ନିର୍ବାହ କରିବେ। ଉଲ୍ଲେଖଯୋଗ୍ୟ, ଲଭଲି ଆରଜେଡିରେ ଯୋଗ ଦେବାର କିଛି ମାସ ପୂର୍ବରୁ ଜେଡି(ୟୁ) ର ବରିଷ୍ଠ ନେତାଙ୍କୁ ଭେଟିଥିଲେ। ସେତେବେଳେ ସେ ଶାସକ ଦଳରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

ବିହାରରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟି ଏବେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଥିବା ଆନନ୍ଦ ମୋହନଙ୍କ ପତ୍ନୀ ଲଭଲି ଏବଂ ପୁଅ ଚେତନ ଆଜି ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ୧୯୯୪ରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରେ ଯୋଗ ଦେଇ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆନନ୍ଦ ମୋହନ ସଂପ୍ରତି ଗୋପାଳଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟ ଜି କୃଷ୍ଣଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

 

Nalco
Leave A Reply