Odisha news

ତେଜସ୍ୱୀ ଯାଦବଙ୍କ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ : ଆସନ୍ତୁ ଜାଣିବା କଣ କହିଲେ

0

ପାଟନା: ବିହାରରେ ଆସନ୍ତା ୨୮ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ନିର୍ବାଚନ | ଏ ନେଇ ସବୁ ଦଳର ପ୍ରାର୍ଥୀ ପ୍ରସ୍ତୁତ ହୋଇସାରିଥିବା ବେଳେ ପ୍ରଚାର କାମ ଜୋରସୋରରେ ଆଗେଇ ଚାଲିଛି | ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ବାଟ ଆପଣାଉଛି | ଏ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ନେତା ତେଜସ୍ୱୀ ଯାଦବ ବାରମ୍ବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଚାଲିଛନ୍ତି| ବିହାରବାସୀ ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘୃଣା କରିବା ଆରମ୍ଭ କରିଥିବା କହିଛନ୍ତି ତେଜସ୍ୱୀ ଯାଦବ |

ତାଙ୍କ କହିବା ମୁତାବକ, ଆମର ନିର୍ବାଚନୀ ରାଲିର ଭିଡ଼ ଦର୍ଶାଉଛି ଯେ, ଲୋକମାନେ କେବଳ ନୀତୀଶ କୁମାରଙ୍କ ଉପରେ ରାଗି ନାହାଁନ୍ତି ବରଂ ତାଙ୍କୁ ବର୍ତ୍ତମାନ ଘୃଣା କରୁଛନ୍ତି, ଏହା ହେଉଛି ସେମାନଙ୍କର କ୍ରୋଧର ସ୍ତର | ଜାତି, ଧର୍ମ, ଶ୍ରେଣୀ ଏବଂ ଧର୍ମକୁ ଛାଡି ଲୋକମାନେ ବେରୋଜଗାର ପ୍ରସଙ୍ଗରେ ବର୍ତ୍ତମାନ ବିହାର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ତେବେ ଆରଜେଡି ବେରୋଜଗାର ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ନିଜ ଘୋଷଣା ପତ୍ରରେ କ୍ଷମତାକୁ ଆସିଲେ ୧୦ଲକ୍ଷ ଚାକିରି ସୁବିଧା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛି | ଅନ୍ୟପକ୍ଷରେ ବିଜେପି କ୍ଷମତାରେ ରହିବା ପାଇଁ ୧୯ଲକ୍ଷ ଚାକିରିର ପ୍ରତିଶ୍ରୁତି ଦେଇଛି | ଏହା ସହିତ ବିଜେପି ପୁଣି ଥରେ କ୍ଷମତାକୁ ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ସଭାପତି ଜେପି ନଡ୍ଡା |

Nalco
Leave A Reply