Odisha news

ଫାଇବର ଓ ଆଇରନ ଗୋଟିଏ ଦୃଢ଼ ସଙ୍ଗମ ହେଉଛି ମାଟିଆଳୁ : ଏମ୍ସ ଡାକ୍ତରଙ୍କ ମତ

0

ଶୀତଦିନ ଆସିବା ମାତ୍ରକେ ଆମେ ବିଭିନ୍ନ ପ୍ରକାରର ପରିବା ବଜାରରେ ଦେଖିବାକୁ ପାଇଥାଉ, ସେଥି ମଧ୍ୟରୁ ଗୋଟିଏ ହେଉଛି ମାଟିଆଳୁ, ମାଟିଆଳୁ କୁ ବିଶେଷ ଭାବରେ କାର୍ତିକ ଓ ମାର୍ଗଶିର ମାସରେ ଅଧିକ ବଜାରରେ ଦେଖିବାକୁ ମିଳିଥାଏ , ଏହି ୨ମାସ ରେ ଶୀତ ଅଧିକ ଅନୁଭୂତ ହୋଇଥାଏ l ଏବଂ ଇଂରାଜୀ ମାସ କହିଲେ ଫେବୃଆରୀ ମାସ ପର୍ଯ୍ୟନ୍ତ ଆମେ ବଜାରରେ ମାଟିଆଳୁ ଦେଖିବାକୁ ପାଇଥାଉ l

ମାଟିଆଳୁ ଶୀତଋତୁ ରେ ଶରୀର କୁ ଗରମ ରଖିବାରେ ସାହାଯ୍ୟ କରିଥାଏ, ଏହି ପାରିବ ଆଇରନ, ଫାଇବର , କ୍ୟାଲସିୟମ ଓ ଭିଟାମିନ ବି 6 ର ଗୋଟିଏ ସ୍ରୋତ ଅଟେ, ଆୟୁର୍ବେଦ ରେ ମଧ୍ୟ ମାଟିଆଳୁ ର ଖୁବ ମହତ୍ୱ ରହିଛି, ଯାହାକି ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ l ଆୟୁର୍ବେଦ ଅନୁସାରେ ମାଟିଆଳୁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ଏବଂ ପାଚନ ତନ୍ତ୍ର ରେ ସୁଧାର ଆଣିଥାଏ l

* ଫାଇବର ରେ ଭରପୁର ହୋଇଥିବାରୁ ମାଟିଆଳୁ କୋଷ୍ଠ କାଠିନ୍ୟ ଓ ଅର୍ଶ ସମସ୍ୟାକୁ ଠିକ କରିଥାଏ ଏବଂ ଅନ୍ତ ରେ ଯେକୌଣସି ସଂକ୍ରମଣ କୁ ଦୂର କରିଥାଏ l

* ମାଟିଆଳୁ ମେଟାବୋଲିଯିମ କୁ ଷ୍ଟ୍ରଙ୍ଗ କରିଥାଏ ଏବଂ ପାଚନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର କରେ l

* ମାଟିଆଳୁ ରେ ଏନେଣ୍ଟାଇନ ନାମକ ତତ୍ୱ ରହିଥାଏ, ଯାହା ବ୍ଲଡ଼ ସୁଗାର ଲେବୁଲ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ, ତେଣୁ ମଧୁମେହ ରୋଗୀ ମଧ୍ୟ ଏହାକୁ ସୀମିତ ମାତ୍ରାରେ ଖାଇପାରିବେ l

* ପୋଟାସିୟମ ର ଉଚାମାତ୍ରl ଓ ସୋଡିୟମ ର ସ୍ତର ସନ୍ତୁଳିତ ମାତ୍ରାରେ ମାଟିଆଳୁ ରେ ରହିଛି ଏହି କାରଣରୁ ରକ୍ତଚାପ ନିୟନ୍ତ୍ରିତ ରହିଥାଏ l

* ଭିଟାମିନ ସି ରେ ଭରପୁର ହେତୁ ଏହା ପ୍ରତିରକ୍ଷା ପ୍ରଣାଳୀ କୁ ମଜବୁତ କରିଥାଏ, ଏବଂ ଥଣ୍ଡା ଦିନରେ ରୋଗ ଠାରୁ ଦୁରେଇ ରଖିଥାଏ l

* ମାଙ୍ଗାନିଜ ଓ ଭିଟାମିନ ସି ର ଭଲ ସ୍ରୋତ ହେତୁ ମାଟିଆଳୁ ହାଡ଼କୁ ମଜବୁତ କରିଥାଏ ମାଟିଆଳୁ, ଡାୟୋଜିନ ନାମକ ତତ୍ୱ ରହି ଥିବାରୁ ଆଣ୍ଟି ଇମ୍ଫ୍ଲାମେସନ କୁ ଠିକ କରି ହାଡ଼ ର ଫୁଲା କୁ କମ କରିଥାଏ l ମହିଳା ମାନଙ୍କର ହର୍ମୋନ ସମସ୍ୟା କୁ ଠିକ କରିବାରେ ସାହାଯ୍ୟ କରେ l

Leave A Reply