Odisha news

ବିଦୁରଙ୍କ ନୀତିରେ : ଖରାପ ସମୟ ଆସିଲେ ଏହି କଥାକୁ ମାନେ ରଖିବା ଉଚିତ

0

ମହାତ୍ମା ବିଦୁର ମହାଭାରତ ଯୁଗରୁ ଜଣେ ନୀତିବାନ ପୁରୁଷ ଭାବରେ ଜଣାଶୁଣା ଅଟନ୍ତି l ତାଙ୍କୁ ସ୍ୱୟଂ ଧର୍ମରାଜର ଆଖ୍ୟା ଦିଆଯାଇଛି l ସ୍ୱୟଂ ଶ୍ରୀ କୃଷ୍ଣ ମଧ୍ୟ ବିଦୁରଙ୍କ ନୀତିଶାସ୍ତ୍ରକୁ ଗ୍ରହଣ କରିବା ସହିତ ସମ୍ମାନ ଜଣାଇଛନ୍ତି l ଯେଉଁ ପ୍ରକାର ଭାବରେ ଦିନ ପରେ ରାତି ଆସିଥାଏ ସେହି ଭଳି ଭାବରେ ଜୀବନରେ ମଧ୍ୟ ଦୁଃଖ ପରେ ସୁଖ ଆସିଥାଏ ,ଆଜିର ବିଦୁର ନିତିଟି ବିପଦ ସମୟରେ ବ୍ୟକ୍ତି ଆଦୌ ବିଚଳିତ ହେବ ଉଚିତି ନୁହେଁ l ବିଦୁର କହିଛନ୍ତି ଖରାପ ସମୟ ଆସିଲା ବେଳେ କିପରି ନିଜକୁ ସୁଦୃଢ ରଖିବା ଆବଶ୍ୟକ ସେ ବିଷୟରେ ଆସନ୍ତୁ ଜାଣିବା l

* ବିଦୁରଙ୍କ ନୀତି ଅନୁସାରେ ଜୀବନରେ ଯେତେବେଳେ ସଙ୍କଟ କିମ୍ବା ଖରାପ ସମୟ ଆସେ ସେତେବେଳେ କେବେବି ନିଜର ଗମ୍ଭିରତାକୁ ତ୍ୟାଗ କରିବା ଉଚିତ ନୁହେଁ l ଖରାପ ସମୟରେ ନିଜର ଶୁଭ ଚିନ୍ତକ ମାନଙ୍କର ହାତ ଛାଡିବା ଉଚିତ ନୁହେଁ ,ନିଜ ଶୁଭେଛୁ ମାନଙ୍କ ସହାୟତାରେ ସମସ୍ୟାର ମୁକାବିଲା କରିବା ଉଚିତ l

* ବିଦୁର କହିଛନ୍ତି କେବେବି ନିଜ ମନରୁ ଅସୁବିଧା ସାନୟରେ ଭାବନା ଆଣିବା ଉଚିତ ନୁହେଁ ଯେ ଏକୁଟିଆ ମଣିଷ କିଛିବି କରି ପାରିବ ନାହିଁ ,ଏହାର ଅର୍ଥ ନିଜ ସାହସକୁ ହରାଇବା ଉଚିତ ନୁହେଁ l ଖରାପ ସମୟରେ ନକାରାତ୍ମକ ବିଚାରକୁ କେବେବି ନିଜ ମନରେ ଆଶ୍ରୟ ଦେବା ଆବଶ୍ୟକ ନୁହେଁ ଓ ଆପଣାଇବା ମଧ୍ୟ ଉଚିତ ନୁହେଁ l ସଙ୍କଟ ସମୟରେ ଆପଣଙ୍କ ସକାରାତ୍ମକ ବିଚାର ଅସୁବିଧାକୁ ଦୂର କରିବ l

* ଘରେ ଗୁରୁଜନ ମାନଙ୍କର ମତକୁ ସଙ୍କଟ ସମୟରେ ଗୁରୁତ୍ୱ ଦେବା ଉଚିତ l କାରଣ ବିଦୁରଙ୍କ ନୀତିରେ ଗୁରୁଜନଙ୍କ ପାଖରେ ଥିବା କିଛି ଏପରି ମହତ୍ୱ ବାଣୀ ଆମ ଜୀବନକୁ ସୁଧାରିବାରେ ସହାୟତା ହୋଇଥାଏ l

* ବିଦୁର କହିଛନ୍ତି ଯେତେବେଳେ ସଙ୍କଟ ଆସିବା ତାକୁ ଧାର୍ଯ୍ୟ ଧରି ସାମ୍ନା କରିବାକୁ ଚେଷ୍ଟା କରିବା ଉଚିତ l ଏହାପରେ ସଙ୍କଟ କିପରି ନିବାରଣ ହୋଇ ପାରିବ ସେଥିପ୍ରତି ସଜାଗ ରହିବ ବଶ୍ୟକ l ଅସୁବିଧା ପଡିଲେ ଡରି ନଯାଇ ତାକୁ ଅନ୍ୟମାନଙ୍କ ସହଯୋଗରେ ମୁକାବିଲା କରନ୍ତୁ l

IEC 2 years
Leave A Reply