ବିଦୁର ନୀତି ମଣିଷ ଜୀବନର ନିଚ୍ଛକ ସତ୍ୟତାକୁ ଦର୍ଶାଇ ଥାଏ l ଜଣେ ମଣିଷ ଯଦି ନିଜ ଜୀବନରେ ସଫଳତାକୁ ଗ୍ରହଣ କରିବାକୁ ଚାହୁଁଚି ତେବେ ସଫଳତାର ପୁଞ୍ଜି ହେଉଛି ତାର ମାର୍ଗ ଦର୍ଶକ l ପ୍ରତିଟି ମଣିଷ ନିଜ ଜୀବନରେ ସଫଳତା ହାସଲ କରିବାକୁ ଚାହିଁ ଥାଆନ୍ତି l ସଫଳତା ପାଇବାକୁ ହେଲେ ନିଜ ଜୀବନର ଏହି ପାଞ୍ଚଟି କଥା କଦାପି କାହାକୁ କହିବା ଉଚିତ ନୁହେଁ l ଯଦି ଆପଣ ଏହି କଥାକୁ ଅନ୍ୟକୁ କହିବେ ତେବେ ସଫଳତା ସ୍ଥାନରେ ବିଫଳତା ଲାଭ କରିବେ ଓ ଆପଣଙ୍କ ପାରିବାରିକ ଜୀବନ ପ୍ରଭାବିତ ହେବ l
* ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା ଘଟଣା – ସ୍ୱାମୀସ୍ତ୍ରୀ ନିଜ ଭିତରେ ଘଟିଥିବା ଘଟଣା କାହାକୁ କହିବା ଉଚିତ ନୁହେଁ l କାରଣ ଦାମ୍ପତ୍ୟ ଜୀବନ କଥା ସର୍ବଦା ନିଜ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୀମିତ ରହିବା ଉଚିତ l ନଚେତ୍ ଏହା ଦାମ୍ପତ୍ୟ ଜୀବନ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ ।
* ନିଜର ଅପମାନ କଥା – ଯଦି ବ୍ୟକ୍ତି ର ଅପମାନ କେହି କରିଛନ୍ତି ତେବେ ତାହାକୁ ଅନ୍ୟ ଆଗରେ କହିବା ଉଚିତ୍ ନୁହେଁ । କାରଣ ଅନ୍ୟମାନେ ମଧ୍ୟ ଏହାର ଲାଭ ଉଠାଇ ଆପଣଙ୍କୁ ଅପମାନିତ କରିବେ ଓ ଏହାଦ୍ବାରା ଆପଣଙ୍କ ସମ୍ମାନ ହାନି ହେବ ।
* ଧନର ହାନି – ଯଦି ଆପଣ ଧନ ହାନି ର ଶିକାର ହୋଇ ରୁଣାଗ୍ରସ୍ତ ହୋଇ ଯାଇଛନ୍ତି ତେବେ ଏହା କାହାରି ଆଗରେ କହିବା ଉଚିତ୍ ନୁହେଁ । କହିବା ଦ୍ଵାରା ଆପଣଙ୍କ ସମ୍ମାନ ହାନି ହେବା ସହ ସମସ୍ତେ ଦୂରେଇ ଯାଇ ଥାଆନ୍ତି ।
* ନିଜର ଦୁଃଖ ବିଷୟରେ – ଯଦି ଆପଣ କୌଣସି ଚିନ୍ତା ଓ ଦୁଃଖ ଦେଇ ଗତି କରୁଛନ୍ତି ତେବେ ଅନ୍ୟକୁ କହିବା ଠିକ୍ ନୁହେଁ । ଏହାଦ୍ବାରା ଅନ୍ୟମାନେ ଆପଣଙ୍କର ମାଜାକ ଉଦଇବେ ଓ ଅପମାନିତ କରିବେ ।
* ସଞ୍ଚିତ ଧନ ବିଷୟ ରେ କହିବା ଉଚିତ୍ ନୁହେଁ – ଯେଉଁ ବ୍ୟକ୍ତି ମାନେ ନିଜ ଗଚ୍ଛିତ ଧନ ବିଷୟରେ ଅନ୍ୟ ଆଗରେ ବଖାଣି ବସନ୍ତି ସେମାନଙ୍କ ନିକଟରେ ଧନ ସଞ୍ଚୟ ହୋଇ ରହି ନଥାଏ ଓ ଜୀବନ ପ୍ରତି ବିପଦ ଦେଖାଦିଏ ।