ଆମ ଜୀବନ ଉପରେ ନୀତି ଶାସ୍ତ୍ରର ଖୁବ୍ ପ୍ରଭାବ ରହିଥାଏ । ଯାହାକି ଆଜିର ଦୁନିଆରେ ଆଗକୁ ବଢିବା ପାଇଁ ନିହାତି ଆବଶ୍ୟକ । ଆଜିର ବିଦୁର ନୀତି ଜୀବନ ର ସେହିସବୁ ଗୁଣକୁ ଦର୍ଶାଉଛି ଯାହା ବ୍ୟକ୍ତିକୁ ଗୋଟିଏ ସଫଳ ବ୍ୟକ୍ତି ଓ ପ୍ରଶଂସା ଯୋଗ୍ୟ ବ୍ୟକ୍ତି ଭାବରେ ପରିଚାଳିତ କରିବ ।
ବିଦୁରଙ୍କ ନୀତି ଶାସ୍ତ୍ର –
– ବୁଦ୍ଧି:
ବିଦୂରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଜୀବନ ରେ ନିଜ ବୁଦ୍ଧି ର ପ୍ରୟୋଗ ସଠିକ୍ ଭାବରେ କରି ପାରିଲା କେବଳ ସେହିଁ ସଫଳତା ଲାଭ କରିଥାଏ । କାହିଁକି ନା ଉଚିତ୍ ସମୟରେ ବୁଦ୍ଧି ର ସଦୁପଯୋଗ ଜୀବନ ରେ ସଫଳତା ଦେଇଥାଏ ।
– ମନ ଉପରେ ସଞ୍ଜମ :
ଯେଉଁ ବ୍ୟକ୍ତି ନିଜର ସମସ୍ତ ଇନ୍ଦ୍ରିୟ କୁ ନିୟନ୍ତ୍ରଣ ରଖିଥାଏ ସେହିଁ ପ୍ରଶଂସା ର ଯୋଗ୍ୟ ହୋଇଥାଏ । କାରଣ ସେ ଜୀବନ ରେ କଦାପି କାହାର କଥାକୁ ଗୁରୁତ୍ଵ ଦେଇ ନଥାଏ ଓ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯାଇଥାଏ । ଏଭଳି ମହାନ୍ ବ୍ୟକ୍ତି ଙ୍କର ଜୀବନ ରେ ପ୍ରତ୍ୟେକ ସମୟରେ ପ୍ରଶଂସା ଲାଭ ହୋଇଥାଏ ଓ ସେ ଜୀବନ ରେ ସଫଳତା ହାସଲ କରିଥାଏ ।
– ସରଳ ସ୍ଵଭାବ :
ବିଦୁର ନୀତି ଅନୁସାରେ ଯେଉଁ ବ୍ୟକ୍ତି ଙ୍କ ଜୀବନ ସରଳ ସ୍ଵଭାବ ର ହୋଇଥାଏ , ସେ କଦାପି ଜୀବନ ରେ କୌଣସି ସ୍ଥାନରେ ପରାଜୟ ହାସଲ କରେନାହିଁ ଓ ତାର ସ୍ଵଭାବ ଯୋଗୁଁ ସେ ପ୍ରଶଂସା ଯୋଗ୍ୟ ହୋଇଥାଏ ।
– ସାହସୀ ବ୍ୟକ୍ତି :
ସାହସୀ ବ୍ୟକ୍ତି ତା ଜୀବନ ରେ ସମସ୍ତ କାର୍ଯ୍ୟ ଖୁବ୍ ନିଡର ଭାବରେ କରିଥାଏ । ତାକୁ କୌଣସି ବାଧା ବନ୍ଧନ କର୍ତ୍ତବ୍ୟ ପଥରେ ଅଟକାଇ ପାରେ ନାହିଁ । ତେଣୁ ସାହସୀ ବ୍ୟକ୍ତି ପ୍ରଶଂସା ର ଯୋଗ୍ୟ ଅଟେ ।
– ଜ୍ଞାନୀ ବ୍ୟକ୍ତି:
ଯେଉଁ ବ୍ୟକ୍ତି ନିକଟରେ ଜ୍ଞାନ ରହିଥାଏ ସେ ପ୍ରତ୍ୟେକ ପରିସ୍ଥିତି କୁ ସାହସ ର ସହିତ ମୁକାବିଲା କରିଥାଏ । ଜ୍ଞାନୀ ବ୍ୟକ୍ତି ର ସମାଜରେ ପ୍ରତ୍ୟେକ ସ୍ଥାନରେ ପ୍ରଶଂସା ଲାଭ ହୋଇଥାଏ । ଯାହା ତାକୁ ଉଚିତ୍ ମାର୍ଗରେ ପରିଚାଳିତ କରେ ।
– ସ୍ୱଳ୍ପ ଭାଷୀ:
ସ୍ୱଳ୍ପ ଭାଷୀ ବ୍ୟକ୍ତି ଅଯଥା ଆଳାପ ରେ ସମୟ ନଷ୍ଟ କରନ୍ତି ନାହିଁ , ଏହାଛଡା ସେମାନେ ଅନ୍ୟ ଆଗରେ ମଧ୍ୟ ନିଜକୁ ସଠିକ୍ ଭାବରେ ପ୍ରତିପାଦିତ କରନ୍ତି । ତେଣୁ ଜୀବନ ରେ ଅଳ୍ପ କଥା କହିବା ନିହାତି ଆବଶ୍ୟକ ।
