ମହାତ୍ମା ବିଦୁରଙ୍କ ନୀତି ମଣିଷ ଜୀବନକୁ ସରଳ କରିଥାଏ l ଯାହା ମାନବକୁ ଜୀବନ ରେ ଉନ୍ନତି କରିବାରେ ସାହାଯ୍ୟ କରିଥାଏ l ମଣିଷ ନିଜ ଜୀବନ ରେ ବିଭିନ୍ନ ସମସ୍ୟାର ସମୁଖୀନ ହୋଇ ଥାଏ l ଆଜିର ବିଦୁର ନୀତିରେ ମହାତ୍ମା ବିଦୁର କହିଛନ୍ତି ଯେ ମଣିଷ ଜୀବନର ଏଭଳି କିଛି ପ୍ରକୃତି ରହିଛି ଯାହାକି ତାକୁ ପତନ ଆଡକୁ ନେଇ ଯାଇଥାଏ l ସେହିସବୁ ପ୍ରକୃତିକୁ ତ୍ୟାଗ କରିବା ନିହାତି ଜରୁରୀ l ନଚେତ ସେହି ଅଭ୍ୟାସ ଗୁଡିକ ମଣିଷକୁ ପତନ ଆଡ଼କୁ ଟାଣି ନେଇଥାଏ l
* ଲୋଭ –
ସାଧାରଣ ଭାବରେ ଲୋକମାନେ କହି ଥାଆନ୍ତି ଲୋଭ ମଣିଷର ବଡ ଶତ୍ରୁ l ଲୋଭରେ ପଡି ମଣିଷ ନିଜର କ୍ଷତି କରିଥାଏ l ଲୋଭି ମଣିଷ ନିଜ ଜୀବନ ରେ କଦାପି ଉନ୍ନତି କରିପାରି ନଥାଏ l ଯେଉଁ ବ୍ୟକ୍ତି ଲୋଭ କରିଥାଏ ତାର ଜୀବନ ଖୁବ ଶୀଘ୍ର ବିପଦ ରେ ପଡିଥାଏ l
* ସ୍ୱାର୍ଥପରତା –
ସ୍ୱାର୍ଥପର ଗୁଣ ମଣିଷର ଆଉ ଗୋଟିଏ ବଡ ଖରାପ ଅଭ୍ୟାସ l କାରଣ ଯେଉଁ ମଣିଷ ନିଜ ର ସ୍ୱାର୍ଥ ପାଇଁ ଅନ୍ୟକୁ ବିପଦ ରେ ପକାଇଥାଏ, ଏଭଳି ବ୍ୟକ୍ତି କଦାପି ବିଶ୍ୱାସ ଯୋଗ୍ୟ ହୋଇନଥାଏ l ଏହିଗୁଣ ପ୍ରତ୍ୟେକ ବ୍ୟକ୍ତି ତ୍ୟାଗ କରିବା ଆବଶ୍ୟକ l
* କ୍ରୋଧ –
କୁହାଯାଏ ଯେ କ୍ରୋଧ ବିନାଶର କାରଣ l ବିଦୁର କହିଛନ୍ତି ଜ୍ଞାନୀ ବ୍ୟକ୍ତି କଦାପି କ୍ରୋଧ କରି ନଥାଏ l ସେ ସର୍ବଦା କ୍ରୋଧ କୁ ନିୟନ୍ତ୍ରଣ କରି ନିଜର ବୁଦ୍ଧି ବଳରେ ଜୟ ଲାଭ କରିଥାଏ ଓ ଅନ୍ୟର ମନକୁ ଜିଣି ଥାଏ l
* ତ୍ୟାଗ –
ତ୍ୟାଗର ଭାବନା ମଣିଷର ସବୁଠୁ ଅନୁପମ ଗୁଣ ଅଟେ l ଏହି ଗୁଣ ଦ୍ୱାରା ବ୍ୟକ୍ତି ନିଜ ଜୀବନ ରେ ସୁଖ ଓ ଶାନ୍ତି ଲାଭ କରିଥାଏ l ଯେଉଁ ବ୍ୟକ୍ତି ମନରେ ତ୍ୟାଗ ଭାବନା ନଥାଏ ସେ ଖୁବ ସ୍ୱାର୍ଥପର ହୋଇଥାଏ l ସେ ନିଜ ସୁଖ ବ୍ୟତୀତ ଆଉକିଛି ଚିନ୍ତା କରେ ନାହିଁ l କିନ୍ତୁ ବିଦୁର ନୀତି କହୁଛି ଯେ ଏଭଳି ବ୍ୟକ୍ତି ର ଦୁଃଖ ସମୟରେ କେହି ମଧ୍ୟ ଠିଆ ହୁଅନ୍ତି ନାହିଁ l
