Odisha news

ବିଦୁର ନୀତି : ଭୁଲରେ ଏହି ୩ଟି ଜିନିଷ କରନ୍ତୁ ନାହିଁ , ମନୁଷ୍ୟ ଜୀବନକୁ ନଷ୍ଟ କରିଥାଏ

0
ମହାତ୍ମା ବିଦୁରଙ୍କ ର ଦୂର ଦୃଷ୍ଟି ଓ ବାଣୀ କୁ ନେଇ ଆମ ଜୀବନ ଯାପନ ଆଗକୁ ବୃଦ୍ଧି ହୋଇଥାଏ । ବିଦୁର ହସ୍ତିନାପୁର ର ଭବିଷ୍ୟତ କୁ ନିଜ ଦୁର ଦୃଷ୍ଟି ଦ୍ଵାରା ଜାଣି ପାରି ଥିଲେ । ମଣିଷ ଜୀବନର ନିଛକ ସତ୍ୟ ବିଦୁର ନୀତି ଦେଖାଇ ଥାଏ । ମହାଭାରତ ସମୟରୁ ବିଦୂରଙ୍କ ଜ୍ଞାନ ଓ ଅଭିଜ୍ଞତାକୁ ଆଖି ଆଗରେ ରଖି ବିଦୁର ନୀତି ଆଧାରିତ ।
ଗୋଟିଏ ସାଧାରଣ ମଣିଷ ଜୀବନ ସବୁବେଳେ କିଛିଟା ନୀତି ନିୟମକୁ ନେଇ ଆଧାରିତ । ଗୋଟିଏ ଶୁଖି ଜୀବନ ବଞ୍ଚିବା ପାଇଁ କିଛିଟା କଥାକୁ ଯଦି ଆଖି ଆଗରେ ନରଖିବା ତେବେ ଗୋଟିଏ ଶୁଖି ଜୀବନ ଠାରୁ ଦୂରେଇ ରହିବା ।
ମଣିଷ ସବୁବେଳେ ଏହି ୩ଟି ଜିନିଷକୁ ଯଦି ନ ଦୁରେଇବେ ତେବେ ଜୀବନ ନଷ୍ଟ ହୋଇଯିବ :-
* କ୍ରୋଧ : –
ବିଡୁରଙ୍କ ନୀତି ଅନୁସାରେ କ୍ରୋଧ ମଣିଷକୁ ନଷ୍ଟ କରି ଦେଇଥାଏ । କ୍ରୋଧ ଯେ କୌଣସି ମଣିଷର ଜୀବନକୁ ସମସ୍ତଙ୍କୁ ନଷ୍ଟ କରି ଦେଇଥାଏ । ମଣିଷ ବେଳେବେଳେ କ୍ରୋଧରେ ଆସି ଏପରି ଭୁଲ୍ କରି ଦେଇଥାଏ ଯାହା ବିଷୟରେ ସେ ଠିକ୍ ରେ ଜାଣି ପାରି ନଥାଏ । ସେଥିପାଇଁ ମହାତ୍ମା ବିଦୁର କହିଛନ୍ତି କ୍ରୋଧ ଠାରୁ ଦୂରେଇ ରହିବା ଆବଶ୍ୟକ ।
* କାମ ଭାବନା :-
ମହାତ୍ମା ବିଦୁର ଙ୍କ ଅନୁସାରେ ଅତ୍ୟଧିକ କାମ ଭାବନା ମନୁଷ୍ୟର ଜୀବନକୁ ନଷ୍ଟ କରିପାରେ । ତେଣୁକରି କାମ ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ।
* ଲୋଭ :-
ଯେ କୌଣସି ମଣିଷ ହେଉଥାଉ ନା କାହିଁକି ଲୋଭ ତାର ସବୁଠୁ ବଡ଼ ଶତ୍ରୁ । କାରଣ ଲୋଭି ମନୁଷ୍ୟ ଠିକ୍ ଭୁଲ୍ ର ଚିନ୍ତା କରି ପାରି ନଥାଏ । ଲୋଭ ମଣିଷ କୁ ଜୀବନରେ ଶାନ୍ତି ଦେଇ ପାରି ନଥାଏ । ସେଥିପାଇଁ ମହାତ୍ମା ବିଦୁର କହିଛନ୍ତି ମଣିଷ ସବୁବେଳେ ଲୋଭ ଠାରୁ ଦୂରେଇ ରହିବା ଆବଶ୍ୟକ ।
Leave A Reply