ମହାତ୍ମା ବିଦୁର ଏହି ମଣିଷ ମାନଙ୍କ ପାଇଁ ଅନେକ ଗୁଡିଏ ଶିକ୍ଷଣୀୟ କଥା କହି ଯାଇଛନ୍ତି l ବିଦୁର ଦୂରଦର୍ଶୀ ହେବ ସହିତ ଜ୍ଞାନୀ ମଧ୍ୟ ଥିଲେ l ସେ ଏହିପରି ୬ଟି କଥା ବିଷୟରେ କହି ଯାଇଛନ୍ତି ଯାହା ଦ୍ୱାରା ମନୁଷ୍ୟ ତା ଜୀବନର ସମସ୍ତ ସୁଖସୁବିଧା ଲାଭ କରିପାରିବ ଓ ସେ ଅତ୍ୟନ୍ତ ଭାଗ୍ୟଶାଲୀ ଅଟନ୍ତି l
*ମଧୁର ବାଣୀ ବ୍ୟକ୍ତି – ବିଦୁରଙ୍କ ନୀତି ଅନୁସାରେ ଯେଉଁ ମନୁଷ୍ୟ ମିଠା ବାକ୍ୟ କହିଥାନ୍ତି ସେମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ l ଶାସ୍ତ୍ର ଅନୁସାରେ ବାଣୀରେ ମଧୁରତା ଥିଲେ ସରସ୍ବତୀଙ୍କ ବାସ ହୋଇଥାଏ l କଟୁ ଭାଷା କହୁଥିବା ବ୍ୟକ୍ତିର ସ୍ଵଭାଵ ଦ୍ୱାରା ସମସ୍ତେ ପୀଡା ପାଇଥାନ୍ତି l ବିଦୁର ଙ୍କ ନୀତି ଅନୁସାରେ ମଧୁର ବାଣୀ ବ୍ୟକ୍ତି ଭାଗ୍ୟଶାଲୀ ଅଟନ୍ତି l
*ଆଜ୍ଞାକାରୀ ବ୍ୟକ୍ତି – ସମସ୍ତ ମାତାପିତା ଚାହିଁ ଥାନ୍ତି ତାଙ୍କ ସନ୍ତାନ ଆଜ୍ଞାକାରୀ ହୁଅନ୍ତୁ l ତାଙ୍କ କୁଳର ନାମ ଉଜ୍ବଳ କରନ୍ତୁ l ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତିର ସନ୍ତାନ ଆଜ୍ଞାକାରୀ ନୁହେଁ ତା କୁଳର ବିନାଶ ହୁଏ l
*ନିରୋଗୀ ବ୍ୟକ୍ତି – ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ରୋଗ ଗ୍ରସ୍ତ ହୁଏ ସେ ମାନସିକ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ହୋଇଯାଏ l ବାରମ୍ବାର ରୋଗ ଗ୍ରସ୍ତ ଯୋଗୁଁ ତାର ଅର୍ଥ ହାନି ହୋଇଥାଏ l ତେଣୁ ନିରୋଗୀ ବ୍ୟକ୍ତି ଭାଗ୍ୟଶାଳୀ ଅଟେ l
*ଜ୍ଞାନୀ ବ୍ୟକ୍ତି – ବିଦୁରଙ୍କ ନୀତି ଅନୁସାରେ ମନୁଷ୍ୟ ପାଖରେ ଜ୍ଞାନ ଏକ ମାତ୍ର ଧନ ଅଟେ l ଯାହାକୁ କେହିବି ଚୋରି କରି ପାରନ୍ତି ନାହିଁ l ଶାସ୍ତ୍ର ଅନୁସାରେ ଜ୍ଞାନ ହିଁ ମନୁଷ୍ୟର ସବୁଠୁ ବଡ଼ ଶକ୍ତି ଅଟେ l ବିଦୁରଙ୍କ ନୀତି ଅନୁସାରେ ଅସୁବିଧା ସମୟରେ ଜ୍ଞାନ ହିଁ ମଣିଷର ସହାୟକ ହୋଇଥାଏ l
*ଆୟ କରୁଥିବା ବ୍ୟକ୍ତି -ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ନିଜର ଆବଶ୍ୟକତାକୁ ମେଣ୍ଟାଈବା ପାଇଁ ଆୟ କରିପାରେ lଯେଉଁ ବ୍ୟକ୍ତି ପାଖରେ ଆୟ କରିବାର ଉପାୟ ନଥାଏ ସେ ଦୁର୍ଭାଗ୍ୟଶାଳୀ ଅଟେ l ଧନହୀନ ବ୍ୟକ୍ତିକୁ ନିଜର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଅନ୍ୟ ଆଗରେ ହାତ ପତେଇବାକୁ ପଡିଥାଏ l
*ଭଲ ଆଚରଣ ସ୍ତ୍ରୀ – ବିଦୁରଙ୍କ ନୀତି ଅନୁସାରେ ଗୋଟିଏ ସଫଳ ମଣିଷ ପଛରେ ଗୋଟିଏ ସ୍ତ୍ରୀର ହାତ ଥାଏ l ଗୋଟିଏ ସ୍ତ୍ରୀ ଚାହିଁଲେ ଘରକୁ ସ୍ୱର୍ଗ କିମ୍ବା ନର୍କ କରିପାରେ l ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ପାଖରେ ଗୋଟିଏ ଭଲ ସ୍ତ୍ରୀ ରହିଛି ସେ ଭାଗ୍ୟଶାଲୀ ଅଟେ l
