Odisha news

ବିଦୁରଙ୍କର ନୀତିରେ : ଏହିଭଳି ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ବୁଦ୍ଧିର ଆବଶ୍ୟକତା ରହିଥାଏ

ମହାତ୍ମା ବିଦୁରଙ୍କର ନୀତି ଓ ବିଚାର ଆପଣଙ୍କୁ କଠୋର ଲାଗିଲେ ମଧ୍ୟ ଜୀବନର ସତ୍ୟତା ଏଥିରେ ଭାରି ରହିଛି l ଆମେ ନିଜ ଜୀବନର ଯୁଦ୍ଧରେ ଏହି ବିଚାରକୁ ଅଣଦେଖା କଲେ ମଧ୍ୟ ଏହାର ମହତ୍ୱ ଅନେକ ରହିଛି l କାରଣ ଏହି ବିଚାରଧାରାକୁ ନେଇ ଆମେ ଜୀବନରେ ଆଗକୁ ବଢିବା l ବିଦୁରଙ୍କର ଆଜିର ବିଚାର ଧାରାରେ ଶତ୍ରୁର ସାମ୍ନା କିପରି କରାଯିବ ତାହାରି ଉପରେ ଆଧାରିତ l

* ବିଦୁରଙ୍କ ନୀତିରେ ମନୁଷ୍ୟ ଜୀବନରେ ସବୁବେଳେ କେହି ନା କେହି ଜଣେ ଶତ୍ରୁ ରହିଥାଏ l ବିଦୁର କହିଛନ୍ତି ଏହି ଶତ୍ରୁ ନିକଟତର ହେଉ କିମ୍ବା ଦୂରର ହେଉ ,ତା ସହିତ ସବୁବେଳେ ସାବଧାନତା ପୂର୍ବକ ସମ୍ପର୍କ ରଖିବା ବଶ୍ୟକ l କିନ୍ତୁ ବନ୍ଧୁ ମଧ୍ୟ ବେଳେବେଳେ ଶତ୍ରୁ ହୋଇଯାଏ ସେହିଭଳି ସ୍ତରରେ ଶତ୍ରୁ ସଂଖ୍ୟା ବଢିବାର ସମ୍ଭାବନା ଥାଏ ,ତେଣୁ ମନୁଷ୍ୟ ସର୍ବଦା ନିଜର ବୁଦ୍ଧି ଦ୍ୱାରା ଶତ୍ରୁର ସାମ୍ନା କରିବା ବଶ୍ୟକ l

* ବିଦୁର କହିଛନ୍ତି ମଣିଷ ଜୀବନରେ ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ବୁଦ୍ଧି ସହିତ ବଳର ଆବଶ୍ୟକତା ରହିଛି l ଦୁର୍ବଳ ବ୍ୟକ୍ତି ସବୁବେଳେ ନିଜର ବୁଦ୍ଧିର ପ୍ରୟୋଗ କରି ଶତ୍ରୁଙ୍କୁ ପରାଜିତ କରିବାକୁ ଚେଷ୍ଟା କରିବା ଉଚିତ l କାରଣ ଶତ୍ରୁ ଯେପରି ତାର ଦୁର୍ବଳତାର ଲାଭ ଉଠାଇ ଆକ୍ରମଣ ନକରୁ ସେଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ଅଟେ l

* ସରଳ ବ୍ୟକ୍ତିର ଯଦି କୌଣସି ଖଳ ଲୋକ ସହିତ ଶତ୍ରୁତା ହୋଇଯାଏ ତେବେ ଏଭଳି ସ୍ଥାନରେ ବଳ ହିଁ ତାର ଶକ୍ତି ହୋଇଥାଏ l କାରଣ ଖଳ ବ୍ୟକ୍ତି କୁଟିଳତାରେ ଭାରି ରହିଥାଏ l ସେ ସରଳ ବ୍ୟକ୍ତିକୁ ନିଜ କାବୁରେ ରଖିବାକୁ ଇଛା କରିଥାଏ l ବିଦୁର କହିଛନ୍ତି ଖଳ ବ୍ୟକ୍ତି ସହିତ ବନ୍ଧୁତା ଭଲ ନୁହେଁ କିମ୍ବା ଶତ୍ରୁତା ମଧ୍ୟ ଭଲ ନୁହେଁ l ଖଳ ବ୍ୟକ୍ତି ପାଖରୁ ଦୁରେଇ ରହିବ ବଶ୍ୟକ l

* ବିବେକବାନ ପୁରୁଷ ସହିତ ଶତ୍ରୁତା ହେଲେ ଆପଣ ତାକୁ ବୁଦ୍ଧି ଓ ବିବେକ ଦ୍ୱାରା ବୁଝାଇ ପାରିବେ l କିନ୍ତୁ ଯଦି ଗୋଟିଏ ଅଵିଵେକୀ ଲୋକ ସହିତ ଆପଣଙ୍କର ଶତ୍ରୁତା ହେଲା ତାହାକୁ ଆପଣ ନିଜ ବୁଦ୍ଧି ବଳରେ ଉଚିତ ଶିକ୍ଷା ଦେଇ ପାରିବେ l ଅଵିଵେକୀ ମଣିଷ ନିକଟରୁ ସବୁବେଳେ ଦୁରେଇ ରହିବ ବଶ୍ୟକ l କାରଣ ସେ ନିଜର ଜ଼ସ୍ୱାର୍ଥ ପାଇଁ ଅନ୍ୟକୁ ବଳି ପକାଇବାରେ ପରାଗମ ଅଟେ l

Comments are closed.