Odisha news

ବିଦୁରଙ୍କ ନୀତିରେ : ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେବେବି ଏହି ୫ଟି କଥା ହେବା ଉଚିତ ନୁହେଁ ,ସମ୍ପର୍କର ଡୋର ଦୁର୍ବଳ ହୋଇଯାଏ

ମହାତ୍ମା ବିଦୁର ଆମ ମଣିଷ ସମାଜ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିଛନ୍ତି l ସେ ମହାଭାରତ ସମୟରୁ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି l ତାଙ୍କୁ ଧର୍ମରାଜଙ୍କର ଅବତାର ବୋଲି କୁହାଯାଏ l ସେ ସର୍ବଦା ଧର୍ମ ଓ ନ୍ୟାୟକୁ ଆପଣାଇ ମଣିଷ ସମାଜକୁ ଗୋଟିଏ ଶିକ୍ଷା ଦେଇଛନ୍ତି l ଆଜି ମଧ୍ୟ ତାଙ୍କର ବାଣୀ ମଣିଷ ସମାଜ ପାଇଁ ଗ୍ରହଣୀୟ l ଆଜିର ନୀତିରେ କୁହାଯାଇଛି ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେଉଁ ୫ଟି କଥା ହେବା ଉଚିତ ନୁହେଁ l

* ବିଦୁରଙ୍କ ନୀତିରେ କୁହାଯାଇଛି ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଭେଦଭାବ ରହିବା ଆବଶ୍ୟକ ନୁହେଁ l ଉଭୟଙ୍କ ମଧ୍ୟରେ ଅନ୍ତର ରହିବା ଦ୍ୱାରା ସେମାନଙ୍କ ମଧ୍ୟରେ ଦୂରତା ଆସି ଯାଇଥାଏ l ଯଦି ଆପଣ ଅନ୍ତର ନ ରଖନ୍ତି ତେବେ ଏହି ସମ୍ପର୍କ ଆପଣଙ୍କର ଶକ୍ତି ହୋଇପାରେ l

* ବିଦୁରଙ୍କ ନୀତିରେ ପାଟି ପତ୍ନୀ କେହି କାହାକୁ ନିମ୍ନ ଦେଖେଇବା ଉଚିତ ନୁହେଁ l ଏହି ସମ୍ପର୍କର ଗୋଟିଏ ମର୍ଯ୍ୟାଦା ରହିଛି ,ସମସ୍ତେ ନିଜର ମର୍ଯ୍ୟାଦା ପାଳନ କରିବା ଆବଶ୍ୟକ l ଯଦି ଏପରି ନହୁଏ ତେବେ ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଥାଏ l

* ବିଦୁର କହିଛନ୍ତି ଘରର ଯେ କୌଣସି ମାମଲା ହେଉ ପାଟି ପତ୍ନୀ ମିଳିତ ଭାବରେ ଫଇସଲା କରିବା ଆବଶ୍ୟକ l ସେହି ନିଷ୍ପତି ବଡ଼ ହୋଇଥାଉ କି ଛୋଟ ଉବୟଙ୍କର ସମାନ ମତ ରହିବା ଉଚିତ l

* ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ସୌହାର୍ଦ୍ୟ ରହିବା ଆବଶ୍ୟକ l ଯଦି କୌଣସି କଥାକୁ ନେଇ ବିବାଦ ସୃଷ୍ଟି ହେଉଛି ତେବେ ଚିନ୍ତା କରନ୍ତୁ କଥାବାର୍ତା ମାଧ୍ୟମରେ ସମାଧାନ ବାହାରି ଆସୁ l

* ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ମଧୁର କରିବା ପାଇଁ ନିଜର ଆବଶ୍ୟକତାକୁ ବୁଝିବା ଆବଶ୍ୟକ l ସ୍ୱାମୀ ସ୍ତ୍ରୀ ଉଭୟ ନିଜକୁ ସମ୍ମାନ ଦେବା ସହିତ ନିଜର ଆବଶ୍ୟକତାକୁ ବୁଝିଲେ ତେବେ ଯାଇ ଜୀବନ ଆନନ୍ଦରେ ଅତିବାହିତ ହୋଇପାରିବ l

Comments are closed.