ମହାତ୍ମା ବିଦୁରଙ୍କ ନୀତିଶାସ୍ତ୍ର ମଣିଷ ଜୀବନରେ ଅନେକଗୁଡ଼ିଏ ଶିକ୍ଷା ଦେଇଥାଏ l କାରଣ ଆଜିର ବ୍ୟସ୍ତବହୁଳ ଜୀବନରେ ଶାସ୍ତ୍ରର ଅନେକ ମହତ୍ୱ ରହିଛି l ମହାଭାରତ ଯୁଗରୁ ଚାଲିଆସୁଥିବା ବିଦୁରଙ୍କ ମହତବାଣୀ ମଣିଷ ସମାଜ ପାଇଁ ଗୋଟିଏ ବଡ଼ ଶିକ୍ଷା ,କାରଣ ବିନା ନିତିଶିକ୍ଷାରେ ମଣିଷ ଜୀବନ ମୂଲ୍ୟହୀନ l ସର୍ବଦା ଜୀବନକୁ ଗଢିତୋଳି ଥାଏ ଏହି ନୀତିଶାସ୍ତ୍ର l ଜୀବନରେ ଅନେକ ଅସୁବିଧା ଦେଖାଦେଲେ ମଧ୍ୟ ଏହି ୪ଟି ଜିନିଷ କେବେବି ମଣିଷର ସାଙ୍ଗ ଛାଡ଼ି ନଥାନ୍ତି,ଆଜିର ବିଦୁର ନୀତି ଏହି ନୀତିକୁ ନେଇ ଆଧାରିତ l
* ବିଦୁର କହିଛନ୍ତି ଜ୍ଞାନ ଗୋଟିଏ ଏପରି ଜିନିଷ ଯାହା ବ୍ୟକ୍ତିର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାଥିହୋଇ ରହିଥାଏ l ନୀତି ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ପରଦେଶରେ ଏକାକୀ ନିଜ ଆତ୍ମୀୟଙ୍କ ଠାରୁ ଦୁରେଇ ରହିଥାଏ ଜ୍ଞାନ ହେଉଛି ତାର ପ୍ରକୃତ ବନ୍ଧୁ l ଜ୍ଞାନ ସାହାଯ୍ୟରେ ମଣିଷ କଠୋରରୁ କଠୋର ପରିସ୍ଥିତିର ମୁକାବିଲା କରିପାରିବ l
* ବିଦୁରଙ୍କ ନୀତିରେ ଯାହାର ପତ୍ନୀ ତାର ମିତ୍ର ,ସାଥି ହେବା ସହିତ ପ୍ରତେକ ପରିସ୍ଥିତିରେ ସ୍ୱାମୀର ସାଙ୍ଗ ଦେଇଥାଏ ସେହିଭଳି ବ୍ୟକ୍ତିକୁ ସମାଜରେ ମାନସମ୍ମାନ ମିଳିଥାଏ l ଏହିଭଳି ପତ୍ନୀମାନେ ଶେଷ ସମୟ ପର୍ଯ୍ୟନ୍ତ ସାଥିରେ ରହିଥାନ୍ତି l ସେହିଭଳି ପ୍ରତିକୂଳ ସ୍ଥିତିରେ ଯେଉଁ ସ୍ୱାମୀ ନିଜ ସ୍ତ୍ରୀକୁ ବୁଝିପାରେ ଓ ତାର ସୁଖଦୁଃଖକୁ ଆପଣାଇ ପାରେ ସେହିଭଳି ନାରୀ ମଧ୍ୟ ଶେଷ ଜୀବନରେ ଏପରି ସ୍ୱାମୀର ସାଙ୍ଗ ପାଇଥାଏ l
* ବିଦୁରଙ୍କ ନୀତିରେ ବୟସ ବଢିବା ସହିତ ମଣିଷ ଦେହ କଷ୍ଟ ମଧ୍ୟ ପାଇଥାଏ ,ଏପରି ସ୍ଥିତିରେ ଶେଷ ଜୀବନରେ ଔଷଧ ହିଁ ତାର ସାଥି ହୋଇଥାଏ l ତେଣୁ ଔଷଧକୁ ନିଜଠାରୁ ଦୁରେଇ ରଖିବା ଉଚିତ ନୁହେଁ l
* ବିଦୁରଙ୍କ ନୀତିରେ ଧର୍ମ ହେଉଛି ମନୁଷ୍ୟର ପ୍ରକୃତ ବନ୍ଧୁ l ଧର୍ମ ମାର୍ଗରେ ଚାଲୁଥିବା ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ l ଏହିଭଳି ବ୍ୟକ୍ତିଙ୍କୁ ସମାଜରେ ମାନସମ୍ମାନ ମିଳିଥାଏ l ବିଦୁରଙ୍କ ନୀତିରେ ବିଦ୍ୟା ,ପତ୍ନୀ ,ଔଷଧି ଓ ଧର୍ମ ଏହି ଗୁଡିକ ମଣିଷ ଜୀବନରେ ଶେଷ ସମୟ ପର୍ଯ୍ୟନ୍ତ ସାଥି ହୋଇଥାନ୍ତି l