ମହାତ୍ମା ବିଦୁରଙ୍କ ନୀତି ମଣିଷ ଜୀବନ ସହିତ ଅନେକ ସାମଞ୍ଜସ୍ୟ ରଖିଛି l ଯାହା ଆମପାଇଁ ଗୋଟିଏ ଠିକ ଜୀବନଶୈଳୀରେ ଜୀବନକୁ ଅତିବାହିତ କରିବା ପାଇଁ ଶିକ୍ଷା ଦେଇଥାଏ l ମହାତ୍ମା ବିଦୁରଙ୍କୁ ଧର୍ମରାଜଙ୍କ ଅବତାର ବୋଲି କୁହାଯାଏ l ସେ ଜୀବନକୁ କିପରି ସୁନ୍ଦର ଭାବରେ ଅତିବାହିତ କରିପାରିବା ସେ ବିଷୟରେ ଆମକୁ ଶିକ୍ଷା ଦେଇଥାନ୍ତି l ଆଜିର ନୀତିରେ ଦର୍ଶାଇଛନ୍ତି ଯେ ବୈବାହିକ ଜୀବନରେ ସୁଖରେ ରହିବା ପାଇଁ ଏହି ୬ଟି ଅଭ୍ୟାସକୁ କାବୁ କରିବା ଆବଶ୍ୟକ l ଆସନ୍ତୁ ଜାଣିବା ସେ ବିଷୟରେ l
* ବିଦୁରଙ୍କ ନୀତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ରାଗ ନିୟନ୍ତ୍ରଣ କରିବା ଆବଶ୍ୟକ l ଯଦି ଉଭୟଙ୍କ ସ୍ଵଭାଵ ରାଗି ହୋଇଥାଏ ତେବେ ଘରେ କେବେ ଶାନ୍ତି ରୁହେନାହିଁ l ଯଦି ଘରେ ସର୍ବଦା ଆସନ୍ତି ଲାଗି ରୁହେ ତେବେ କୌଣସି କାମ ଠିକରେ ହୁଏ ନାହିଁ l
* ବୈବାହିକ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗୋପନୀୟତା ନିହାତି ଜରୁରୀ ଅଟେ l କାରଣ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା କଥା ବାର୍ତ୍ତା କୌଣସି ତୃତୀୟ ବ୍ୟକ୍ତି ଯେପରି ନଜାଣେ l ନିଜ କଥାକୁ ନିଜ ମଧ୍ୟରେ ସୀମିତ ରଖିବା ଆବଶ୍ୟକ l
* ବିଦୁରଙ୍କ ନୀତିରେ ମର୍ଯାଦାରେ ରହୁଥିବା ବ୍ୟକ୍ତି ସର୍ବଦା ସୁଖରେ ରହିଥାଏ l ଏହାକୁ ଉଲଂଘନ କରିଥିବା ଲୋକ ସବୁବେଳେ ପଶ୍ଚାତାପ କରିଥାଏ l ପତିପତ୍ନୀ କଦାପି ନିଜର ସଂସ୍କାରକୁ ଭୁଲିବା ଉଚିତ ନୁହେଁ l
* ନୀତିଶାସ୍ତ୍ର ଅନୁସାରେ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ସର୍ବଦା ଧାର୍ଯ୍ୟ ରହିବା ଉଚିତ l ଅସୁବିଧା ସମୟରେ ଧାର୍ଯ୍ୟ ହିଁ କାମରେ ଆସିଥାଏ l ଧାର୍ଯ୍ୟ ହରାଇବା ବ୍ୟକ୍ତି ଜୀବନରେ ନିରାଶ ହୋଇଥାନ୍ତି l
* ବିଦୁରଙ୍କ ନୀତିରେ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ମିଛର ବନ୍ଧରେ ବାନ୍ଧିହେବା ଉଚିତ ନୁହେଁ l କାରଣ ଉଭୟଙ୍କ ମଧ୍ୟରୁ ଯଦି ଜଣେ ମିଛ କୁହେ ତେବେ ସମ୍ପର୍କରେ ଫାଟ ଆସିଯାଇ ଥାଏ l