Odisha news

ବିଦୁରଙ୍କ ନୀତିରେ : ଏହି ସବୁ ଖରାପ ଅଭ୍ୟାସରୁ ନିଜକୁ ଦୁରେଇ ରଖି ହାସଲ କରି ପାରିବେ ସଫଳତା

0

ମହାତ୍ମା ବିଦୁର ମହାଭାରତ ସମୟର ଜଣେ ଜ୍ଞାନୀ ଓ ଗୁଣି ପୁରୁଷ ଥିଲେ ସର୍ବଦା ତାଙ୍କର ନିତୀବାଣୀର ମହତ୍ୱ ମଣିଷ ସମାଜ ପାଇଁ ରହିଛି l ସାଂସାରିକ ବ୍ୟକ୍ତି ଠାରୁ ନେଇ ଗୃହିଣୀ ତା ସହିତ ଛାତ୍ର ଜୀବନ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ l ତାଙ୍କ ନୀତିବାଣୀ ସଂସାରର ସମସ୍ତ ବ୍ୟକ୍ତିଙ୍କ ଜୀବନକୁ ଆଲୋକିତ କରିଛି l ମହାତ୍ମା ବିଦୁରଙ୍କ ନୀତି ଅନୁସାରେ ଯେଉଁ ଛାତ୍ର ବା ବିଦ୍ୟାର୍ଥୀ କଠୋରତାର ସହିତ ଅନୁଶାସନକୁ ପାଳନ କରିଥାଏ ସେ ନିଜ  ଲକ୍ଷକୁ ପ୍ରାପ୍ତ କରିଥାଏ l ଆସନ୍ତୁ ଜାଣିବା ବିଦୁରଙ୍କ ନୀତି l

* ବିଦୁରଙ୍କ ନୀତିରେ ସର୍ବଦା ଗୋଟିଏ ଛାତ୍ର ଆଳସ୍ୟ ଭାବ ଠାରୁ ଦୂରରେ ରହିବା ଆବଶ୍ୟକ l କାରଣ ଅଳସୁଆ ବ୍ୟକ୍ତି କେବେବି ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପରି ନଥାଏ l ଆଳସ୍ୟ ଗୋଟିଏ ଖରାପ ଗୁଣ ଅଟେ ଯାହା ବ୍ୟକ୍ତିର ଭଲ ଗୁଣର ସର୍ବନାଶ କରିଥାଏ l ତେଣୁ ବିଦ୍ୟାର୍ଥୀ ମାନେ ସର୍ବ ପ୍ରଥମେ ଆଳସ୍ୟ ଠାରୁ ଦୂରରେ ରହିବା ଆବଶ୍ୟକ l

* ବିଦୁରଙ୍କ ନୀତି ଶାସ୍ତ୍ରରେ ବିଦ୍ୟାର୍ଥୀ ସର୍ବଦା ନିଜ ଶିକ୍ଷାକୁ ଆଗ୍ରହର ସହିତ ଗ୍ରହଣ କରିବା ଆବଶ୍ୟକ l କାରଣ ବିନା ଆଗ୍ରହରେ କୌଣସି ଶିକ୍ଷା ଗ୍ରହଣ କରାଯିବାର ଅର୍ଥ ହେଉଛି କାଲ ଆଗରେ ମୂଳା ଚୋବାଇବା ସଦୃଶ l ଯେପରି କାଲ ମୂଳାକୁ ଖାଲି ଦେଖିଥାଏ କିନ୍ତୁ କିପରି ଶୁଭୁଚି ତାହା ଜାଣି ନଥାଏ l

* ଗୋଟିଏ ବିଦ୍ୟାର୍ଥୀ ଜୀବନରେ ସଙ୍ଗ ଦୋଷର ମଧ୍ୟ ପ୍ରଭାବ ପଡିଥାଏ l ଗୋଟିଏ ଛାତ୍ର ନିଜ ଜୀବନରେ ବନ୍ଧୁଙ୍କ ଚୟନ ଭାବି ଚିନ୍ତା କରିବା ଆବଶ୍ୟକ l ଖରାପ ସଙ୍ଗ ଦୋଷ ନିଜର ଲକ୍ଷ ସ୍ଥଳରେ ପହଞ୍ଚିବାକୁ କଠିନ କରି ଦେଇଥାଏ l କିନ୍ତୁ ଗୋଟିଏ ଭଲ ବନ୍ଧୁ ଲକ୍ଷ ହାସଲ କରିବାରେ ସାହାଯ୍ୟ କରିଥାଏ l

* ବିଦୁରଙ୍କ ନୀତିରେ ଛାତ୍ର ଜୀବନରେ ଜଣେ ଗୁରୁଙ୍କର ମଧ୍ୟ ଅନେକ ମହତ୍ୱ ରହିଛି l କାରଣ ଜଣେ ସଠିକ ଗୁରୁ ଛାତ୍ରର ମାର୍ଗ ଦର୍ଶକ ହୋଇଥାନ୍ତି l ତେଣୁ ଛାତ୍ରକୁ ଭଲ ଶିକ୍ଷା ସହିତ ଭଲ ମାର୍ଗ ମଧ୍ୟ ଜଣେ ଗୁରୁ ଦେଖାଇବା ଆବଶ୍ୟକ l

 

 

 

 

Leave A Reply