ମହାତ୍ମା ବିଦୁରଙ୍କ ନୀତି ମଣିଷ ଜୀବନ ପାଇଁ ଏକ ଆଲୋକ ଭଳି ପ୍ରତିପାଦିତ ହୋଇଥାଏ l ଏହା ଜୀବନ ପ୍ରତି କଠୋର ହୋଇଥିଲେ ମଧ୍ୟ ସତ୍ୟ ଅଟେ l କିଛିଟା ବିଚାରଧାରାକୁ ନେଇ ଆମର ଜୀବନ ଶଗଡ଼ ଆଗକୁ ଗଡୁଛି l ବିଦୁରଙ୍କ ନୀତିରେ ଆମେ ଜୀବନର ସାରାଂଶକୁ ବୁଝିଥାଉ ,ଯାହା ଆମକୁ ଗୋଟିଏ ଶାନ୍ତ ଓ ସରଳ ଜୀବନ ବଂଚିବା ପାଇଁ ଉତ୍ସାହ ଦେଇଥାଏ l ଆସନ୍ତୁ ଜାଣିବା l
* ବିଦୁରଙ୍କ ନୀତିରେ ମନୁଷ୍ୟକୁ ସର୍ବଦା ଦୁଇଟି କଥା ବିଷୟରେ ଚିନ୍ତା କରିବା ଆବଶ୍ୟକ l ତାହା ବଡ଼ ହୋଇଥାଉ କିମ୍ବା ଛୋଟ l କାରଣ ଆପଣ ଗୋଟିଏ କଥାକୁ ଚିନ୍ତା କରିବା ଦ୍ୱାରା ତାର ମୂଳରେ ପହଞ୍ଚି ପାରିବେ l
* ସାଧାରଣତଃ ମନୁଷ୍ୟକୁ ସେହି ବ୍ୟକ୍ତିର କଥା କଷ୍ଟ ହୋଇଥାଏ ଯେଉଁ ବ୍ୟକ୍ତିର ସେ ଅତ୍ୟନ୍ତ ନିକଟତର ହୋଇଥାଏ l କିନ୍ତୁ ଆମେ ନିଜ ପିତାମାତା ଭାଇଭଉଣୀଙ୍କ କଥା ଧରି ନଥାଉ କିନ୍ତୁ ନିଜର ବନ୍ଧୁ ପରିଜନ ଙ୍କ କଥା ମନରେ ଧରିଥାଉ l କାରଣ ସମ୍ପର୍କ ଯାହାବି ହେଉ ମଣିଷକୁ ନିଜ ଭାଷାର ଜ୍ଞାନ ରହିବା ଆବଶ୍ୟକ l
* ବ୍ୟକ୍ତି ନିଜ ବ୍ୟକ୍ତିତ୍ୱକୁ ନେଇ ସର୍ବଦା ଗଣନା ହୋଇଥଏ l ବ୍ୟକ୍ତିତ୍ୱରେ କେବେବି କୌଣସି ଭୁଲ ହେବ ଉଚିତ ନୁହେଁ l ଯଦି କୌଣସି ବ୍ୟକ୍ତିର କଥାକୁ ନେଇ ଆପଣଙ୍କ ମନରେ ଆଘାତ ଆସୁଛି ତେବେ ତାହାକୁ ପ୍ରଥମେ ବିସ୍ଲେସଣ କରି ବୁଝିବାକୁ ଚେଷ୍ଟା କରନ୍ତୁ l
* ବିଦୁରଙ୍କ ନୀତିରେ ନିଜ ବିଚାରକୁ ନେଇ ଅନ୍ୟ ଉପରେ ଲଦିବା ଉଚିତ ନୁହେଁ l ଆପଣଙ୍କ ବିଚାର ଆପଣଙ୍କ ପାଇଁ ମହତ୍ୱ ରଖିପାରେ କିନ୍ତୁ ଅନ୍ୟ ମାନଙ୍କ ପାଇଁ ନୁହେଁ l ତେଣୁ ନିଜ ବିଚାର ବିଷୟରେ ଅନ୍ୟକୁ କେବଳ କହି ପାରିବେ କିନ୍ତୁ ଲଦି ପାରିବେ ନାହିଁ l ଯାହା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ପ୍ରଭାବିତ ହେବ l
* ବିଦୁରଙ୍କ ନୀତିରେ ଆପଣଙ୍କ କଥା ଦ୍ୱାରା କିଏ ଯଦି ଆଘାତ ପାଉଛି ତେବେ ଉଚିତ ହେବ ଆପଣ ଚୁପ ରହିବେ l କାରଣ ସମ୍ପର୍କ ଏପରି ଗୋଟିଏ ସେତୁ ଯାହା ମଣିଷକୁ ମଣିଷ ସହିତ ଯୋଡି ରଖିଥାଏ l ତେଣୁକରି ସେହି ଭଳି ନିଜ କଥାକୁ ଜଗି ସମ୍ପର୍କ ରଖନ୍ତୁ ଓ ମନର ଭାବକୁ ଦେଖି ଚାହିଁ ପରି ପ୍ରକାଶ କରନ୍ତୁ l