ମହାତ୍ମା ବିଦୁରଙ୍କୁ ହିନ୍ଦୁ ଧର୍ମରେ ଣେକ ମହତ୍ୱ ଦିଆଯାଇଥାଏ l ତାଙ୍କର ନୀତିଶାସ୍ତ୍ର ପ୍ରତେକ ମୁହୁର୍ତରେ ମଣିଷ ସମାଜ ପାଇଁ ଗୋଟିଏ ଉଦାହରଣ ସଦୃଶ l ଆମର ଦୈନନ୍ଦିନ ଜୀବନରେ ଘଟୁଥିବା ବିଭିନ୍ନ କାର୍ଯ୍ୟାବଳୀକୁ ନେଇ ତାଙ୍କର ନୀତିଶାସ୍ତ୍ର ଆଧାରିତ l ଆଜିର ନୀତିଶାସ୍ତ୍ର ରେ ନାରୀ ଓ ପୁରୁଷଙ୍କ ଜୀବନସହିତ ଯୋଡ଼ାହୋଇଥିବା ବିଭିନ୍ନ ନୀତିଶାସ୍ତ୍ରକୁ ନେଇ ଆଧାରିତ l
* ବିଦୁରଙ୍କ ନୀତି ଅନୁସାରେ ପବିତ୍ର ମନା ନାରୀ ସର୍ବଦା ଭଲ ହୋଇଥାଏ l ଯିଏ ସ୍ୱାମୀକୁ ପ୍ରେମ କରିବା ସହିତ ନିଜ ପବିତ୍ରତାର ପାଳନ କରିଥାଏ l ତାଙ୍କ ମତରେ ଯେଉଁ ସ୍ୱାମୀ ପ୍ରେମ କଲାଭଳି ପତ୍ନୀ ପାଇଥାଏ ତାର ଜୀବନ ସଫଳ ହୋଇଥାଏ l
* ବିଦୁରଙ୍କ ନୀତିରେ ଯଦି କୌଣସି ବ୍ୟକ୍ତିକୁ କୌଣସି ବିଶ୍ୱାସଯୋଗ୍ୟ କାମ ଦେଇଛନ୍ତି ,ତେବେ ସେହି ସମୟରେ ଉକ୍ତ ବ୍ୟକ୍ତିର ପ୍ରକୃତି କିପରି ହୋଇଥାଏ ଜଣା ପଡିଥାଏ l ଯେପରି ସୁଖ ଦୁଃଖ ସମୟରେ ବନ୍ଧୁର ପ୍ରକୃତିର ପରିଚୟ ମିଳିଥାଏ ଠିକ ସେହିଭଳି ଧନଯଶ ନଥିଲେ ପ୍ରକୃତ ପତ୍ନୀର ପରିଚୟ ମିଳିଥାଏ l
* ବିଦୁରଙ୍କ ନୀତି ଅନୁସାରେ ସଙ୍କଟ ପାଇଁ ଧନକୁ ସଂଚୟ କରି ରଖିବା ଆବଶ୍ୟକ ,ତା ସହିତ ପତ୍ନୀକୁ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ l କିନ୍ତୁ ଯଦି ଆତ୍ମ ସମ୍ମାନ କଥା ଆସିଥାଏ ତେବେ ପତ୍ନୀ ଓ ଧନ ଉଭୟଙ୍କର ବଳିଦାନ ପାଇଁ ପଛଘୁଞ୍ଚା ଦେବା ଆବଶ୍ୟକ ନୁହେଁ l
* ବିଦୁର କହିଛନ୍ତି ଯଦି ଆପଣ କୌଣସି ମୂର୍ଖ ବାଳକକୁ ଶିକ୍ଷା ଦାନ କରାଉଛନ୍ତି ତେବେ ଆପଣ ନିଜେ ମଧ୍ୟ ମୂର୍ଖ ହେଉଛନ୍ତି l ସେହିଭଳି ଯଦି ଆପଣ ଦୁଷ୍ଟ ସ୍ତ୍ରୀ ସହିତ ରହୁଛନ୍ତି ତେବେ ଆପଣଙ୍କ ଜୀବନ ଦୁଃଖପୂର୍ଣ ହୋଇଥାଏ ଓ ଆପଣଙ୍କ ପରିବାର ମଧ୍ୟ ଦୁଃଖରେ ରୁହନ୍ତି l
* ବିଦୁର କହିଛନ୍ତି ଯଦି ଆପଣଙ୍କ ଜୀବନରେ ଗୁଣବତୀ ମହିଳା ଅଛନ୍ତି ତେବେ ଆପଣଙ୍କ ଗୃହ ସୁରକ୍ଷିତ ଅଟେ l ଯେଭଳି ଧନର ରକ୍ଷା ଧର୍ମ କରିଥାଏ ଠିକ ସେହିଭଳି ଘରର ରକ୍ଷା ଗୁଣବତୀ ସ୍ତ୍ରୀ କରିଥାଏ l ବିଦୁରଙ୍କ ନୀତିରେ : କେଉଁ ସମୟରେ ସ୍ତ୍ରୀଙ୍କୁ ପରୀକ୍ଷା କରାଯାଇ ଜାଣି ହୋଇଥାଏ
Advertising Disclosure. cialis price malaysia Ask A Question x Have a Question.