Odisha news

ବିଦୁରଙ୍କ ନୀତିରେ ଜୀବନରେ ଏହି ଗୋଟିଏ ଗୁଣ ଥିବା ବ୍ୟକ୍ତି ସମସ୍ତଙ୍କର ପ୍ରିୟ ହୋଇଥାଏ

ବିଦୁରଙ୍କୁ ଧର୍ମରାଜର ଅବତାର ବୋଲି କୁହାଯାଏ l ବିଦୁରଙ୍କ ନୀତି କହୁଛି ଯେ ଯଦି ବ୍ୟକ୍ତି ଜୀବନରେ ସଫଳତା ଲାଭ କରିବା ଚାହୁଁଛି ତେବେ ଭଲ ଗୁଣକୁ ଆପଣାଇବା ଉଚିତ l ବିଦୁର ସତ୍ୟର ସମର୍ଥକ ଥିଲେ ଏବଂ ଜୀବନରେ କେବେବି ମିଛ କହି ନଥିଲେ l ବିଦ୍ୱାନ ମାନେ ମଧ୍ୟ କହିଛନ୍ତି ଯେ ବ୍ୟକ୍ତିକୁ ନିଜର ଭଲ ଅଭ୍ୟାସକୁ ନେଇ ସତର୍କ ଓ ଗମ୍ଭୀର ରହିବ ଆବଶ୍ୟକ l ଆସନ୍ତୁ ଜାଣିବା ସେ ଅଭ୍ୟାସ କଣ l

* ଶାସ୍ତ୍ରରେ ଓ ବିଦୁରଙ୍କ ନୀତିରେ ରହିଛି ବ୍ୟକ୍ତିକୁ ସର୍ବଦା ମିଠା କଥା କହିବା ବଶ୍ୟକ l ବାଣୀ ଏପରି ହେବ ଉଚିତ ଯେପରିକି ଲୋକ ମାନଙ୍କ କାନରେ ପେଶିଲେ ତାଙ୍କୁ ଆନନ୍ଦ ଲାଗିଥାଏ l ଯେଉଁ ବାଣୀ ଅନ୍ୟ ମାନଙ୍କୁ ହଇରାଣ କରିବା ,ବା କଷ୍ଟ ଦେବା ,ସେପରି ବାଣୀ ପ୍ରୟୋଗ କରିବା ଉଚିତ ନୁହେଁ l ଯେଉଁ ବ୍ୟକ୍ତି ମାନଙ୍କର ବାଣୀ ମଧୁର ଓ ପ୍ରଭାଶାଳୀ ରହିଥାଏ ସେମାନେ ସମସ୍ତଙ୍କର ପ୍ରିୟ ଅଟନ୍ତି l

* ବାଣୀ ମଧୁର ସେତେବେଳେ ହୋଇଥାଏ ଯେତେବେଳେ ବ୍ୟକ୍ତି ଜ୍ଞାନର ପୂଜା କରିଥାଏ ଓ ସଂସ୍କାରକୁ ଆପଣାଇ ଥାଏ l ସଂସ୍କାର ଓ ଜ୍ଞାନଯୁକ୍ତ ବ୍ୟକ୍ତିର ବାଣୀ ସମସ୍ତଙ୍କୁ ଆକର୍ଷିତ କରିଥାଏ ବିଦୁରଙ୍କ ନୀତିରେ ବ୍ୟକ୍ତି ନିଜର ବାଣୀ ଦ୍ୱାରା କଠୋରରୁ କଠୋର ବ୍ୟକ୍ତି ମଧ୍ୟ ପରିବର୍ତନ କରିଥାଏ l ଏହି ଭଳି ବ୍ୟକ୍ତି ମାନେ ଶତ୍ରୁକୁ ମଧ୍ୟ ମିତ୍ର କରି ନିଆନ୍ତି l ମଧୁର ବାଣୀ କହୁଥିବା ବ୍ୟକ୍ତି ସମସ୍ତଙ୍କର ପ୍ରିୟ ହେବ ସହିତ ପ୍ରତେକ ଜାଗାରେ ସମ୍ମାନ ପ୍ରାପ୍ତି କରିଥାଏ l

 

 

Comments are closed.