ମହାତ୍ମା ବିଦୁର ଙ୍କ ନାମ ମହାଭାରତର ଗୋଟିଏ ଜଣାଶୁଣା ନାମ l ବିଦୁରଙ୍କୁ ଗୋଟିଏ ବିଦ୍ୱାନ ଭାବରେ ଗଣନା କରାଯାଇଥାଏ ,ତାଙ୍କର ନୀତି ଓ ନିୟମାବଳୀ କୁ ଆଜିର ଜୀବନ ଶୈଳୀରେ ମଧ୍ୟ ଗ୍ରହଣ କରାଯାଉଛି l ଯାହାକୁ ପାଳନ କରିବା ଦ୍ୱାରା ମଣିଷର ସମସ୍ତ ଅସୁବିଧା ଦୂର ହୋଇଯାଇଥାଏ l ସେ ତାଙ୍କ ନୀତିରେ ଆଜିର ମଣିଷ ସମାଜ ପାଇଁ ବିଭିନ୍ନ ତଥ୍ୟ ଦେଇଛନ୍ତି l କେଉଁ ପ୍ରକାର ଲୋକମାନେ ତୁମ ପାଇଁ କ୍ଷତିକାରକ ହୋଇ ପାରନ୍ତି ସେ ବିଷୟରେ ଆଜି ଜାଣିବା l
*ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତିମାନେ ସର୍ବଦା ପର ଆଲୋଚନା କରି ଥାନ୍ତି ସେମାନଙ୍କ ପାଖରୁ ଦୁରେଇ ରହିବା ଆବଶ୍ୟକ lତା ସହିତ ଏହିଭଳି ବ୍ୟକ୍ତିମାନେ ଅନ୍ୟମାନଙ୍କ କଥାରେ ସବୁବେଳେ ମୁଣ୍ଡ ପୁରାଇ ଥାନ୍ତି l ଏହିଭଳି ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ବଢ଼ିଲେ ତାଙ୍କ ପାପରେ ମଧ୍ୟ ଭଗି ହେବାକୁ ପଡିଥାଏ l
* ଅନ୍ୟକୁ କଷ୍ଟ ଦେଉଥିବା ବ୍ୟକ୍ତି ପାଖରୁ ସର୍ବଦା ଦୂରତା ରଖିବା ଆବଶ୍ୟକ ,ଏପରି ଲୋକ ମାନଙ୍କ ସହିତ ରହିଲେ ନିଜର ସୁଖ ମଧ୍ୟ ଦୁଃଖରେ ପରିଣତ ହୋଇଯାଏ l ଏପରି ବ୍ୟକ୍ତି ମାନଙ୍କ ସହିତ କେବେବି ଭାଗ୍ୟ ସାଥି ହୁଏନାହିଁ l ତେଣୁ ବିଦୁରଙ୍କ ନୀତି ଅନୁସାରେ ଏଭଳି ବ୍ୟକ୍ତି ମାନଙ୍କ ପାଖରୁ ଦୂରତା ରଖିବା ଆବଶ୍ୟକ l
*ବିଦୁରଙ୍କ ନୀତି ଅନୁସାରେ ପାପ କରୁଥିବା ବ୍ୟକ୍ତି ତୁଳନାରେ ପାପରେ ଭାଗି ହଉଥିବା ବ୍ୟକ୍ତି ସବୁଠାରୁ ବଡ଼ ଦୋଷୀ l ତେଣୁ ଏହିଭଳି ବ୍ୟକ୍ତି ମାନଙ୍କ ପାଖରୁ ସର୍ବଦା ଦୁରେଇ ରୁହନ୍ତୁ l
*ବିଦୁରଙ୍କ ନୀତି ଅନୁସାରେ ନିର୍ଲଜ ବ୍ୟକ୍ତିର କେହିବି ସମ୍ମାନ କରନ୍ତି ନାହିଁ l ତା ସହିତ କାମାସକ୍ତ ମନୁଷ୍ୟ ପାଖରୁ ଦୂରତା ରଖିବା ଆବଶ୍ୟକ l କାରଣ ଏହି ଦୁଇ ପ୍ରକାର ବ୍ୟକ୍ତିଙ୍କର ସମାଜରେ କୌଣସି ସମ୍ମାନ ନଥାଏ l