ଜୀବନରେ ସ୍ୱାସ୍ଥ୍ୟ ଓ ଧନ ଦୁଇଟି ଯାକ ମହତ୍ୱ ପୂର୍ଣ୍ଣ ଅଟେ l କୁହାଯାଇଛି ଯେ ସ୍ୱାସ୍ଥ୍ୟ ବିନା ପଇସାର କୌଣସି ମୂଲ୍ୟ ନାହିଁ ଓ ଧନ ବିନା ଜୀବନ ମୂଲ୍ୟହୀନ ଅଟେ l ଜୀବନରେ ଧନ ଉପାର୍ଜନ ଓ ଧନ ସଂଚୟ ନିହାତି ଜରୁରୀ ଅଟେ l ଅଧିକାଂଶ ଲୋକ କୁହନ୍ତି ଯେ ଯେଉଁମାନଙ୍କ ପାଖରେ ପାଖରେ ପଇସା ରୁହେନାହିଁ ସେମାନେ ପଇସା ରୋଜଗାର କରନ୍ତି ନାହିଁ l ଏହା ଭୁଲ କଥା ଅଟେ ,ମହାତ୍ମା ବିଦୁର ତାଙ୍କ ନୀତିରେ ଧନ ସଞ୍ଚୟ କରିବାର ଉପାୟ ଗୁଡିକ ବିଷୟରେ କହିଛନ୍ତି l ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ l
* ବିଦୁରଙ୍କ କହିବା ଅନୁସାରେ ଭଲ ଓ ଶୁଭ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଖରେ ଲକ୍ଷ୍ମୀ ବାସ କରିଥାନ୍ତି l ଏହାର ଅର୍ଥ ପରିଶ୍ରମ ଓ ସଚୋଟତା ଥିବା ବ୍ୟକ୍ତି ପାଖରେ ଧନର କମି ରହି ନଥାଏ l
* ବିଦୁର କହିଛନ୍ତି ଧନ ସର୍ବଦା ଠିକ ଭାବରେ ଉପଯୋଗ କରିବା ଉଚିତ l ଏପରି କରିବା ଦ୍ୱାରା ଲଗାତାର ଧନ ବଢିଥାଏ ,ଧନର ଆୟ ହେବ ସହିତ ସତ୍କର୍ମରେ ଉପଯୋଗ ହେବ ଆବଶ୍ୟକ l
* ବିଦୁର କହିଛନ୍ତି ମାନସିକ ,ଶାରୀରିକ ଓ ବିଚାର ଦ୍ୱାରା ସଂଯମ ରଖୁଥିବା ବ୍ୟକ୍ତି ପାଖରେ ସର୍ବଦା ଲକ୍ଷ୍ମୀ ବାସ କରନ୍ତି l ଏହାର ଅର୍ଥ ଧନର ଦୁରୁପଯୋଗ ନକରି ଠିକ କାମରେ ତାହାକୁ ଲଗାନ୍ତୁ l
* ବିଦୁର କହିଛନ୍ତି ଧନକୁ ସଞ୍ଚୟ କରିବା ଯେତିକି ଆବଶ୍ୟକ ପରିଶ୍ରମ କରିବା ମଧ୍ୟ ସେତିକି ଆବଶ୍ୟକ ଅଟେ l ଧନ ସେହି ବ୍ୟକ୍ତି ପାଖରେ ରହିଥାଏ ଯିଏ ସବୁବେଳେ ପ୍ରସନତା ,ଭାଇଚାରା ଓ ସ୍ୱଚ୍ଛ ମନର ହୋଇଥାଏ l ଏହାର ଅର୍ଥ ଧନଵାନ ହେବ ପାଇଁ ଆପଣଙ୍କ ମନ ମଧ୍ୟ ନିର୍ମଳ ରହିବ ଉଚିତ l
* ବିଦୁର କହିଛନ୍ତି ଧନର କମି କେବେବି ଚତୁରତାର ସହିତ ପୁରା କରାଯାଏ ନାହିଁ ,ସେଥିପାଇଁ ପରିଶ୍ରମ କରିବାକୁ ପଡିଥାଏ l ପରିଶ୍ରମ ଦ୍ୱାରା ଧନ ବୃଦ୍ଧି ହୋଇଥାଏ l
