Odisha news

ବଜେଟ୍‌ ଅଧିବେଶନ ଆରମ୍ଭରୁ ହଙ୍ଗାମା

0

ଭୁବନେଶ୍ୱର, ୧୧ା୩ : ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ୍‌ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା । ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଗୃହ ଆରମ୍ଭ ହେବା ପରେ ପରେ ହିଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍‌ଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ୍‌ ଦେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଫଳରେ ଗୃହକୁ ୧୨ଟା ୩୦ ଯାଏ ମୁଲତବି ରଖିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭରେ ମୁଖ୍ୟମନ୍ତ୍ରୀ ତିନି ଜଣ ଦିବଙ୍ଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୁଣି ଥରେ ଗୃହ ଆରମ୍ଭ ପରେ କାଳିଆ ନାଁରେ କେଳେଙ୍କାରୀ ସାଙ୍ଗକୁ ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନିରବତା କାହିଁକି ଶୀର୍ଷକ ମୁଲତବି ନୋଟିସ୍‌ ଦେଇଛି ବିଜେପି । ଯାହାକୁ ନେଇ ଆଲୋଚନା ହେବ ।

Leave A Reply