ନୂଆଦିଲ୍ଲୀ : ବାଇଡେନ ସରକାରରେ ରକ୍ଷା ମନ୍ତ୍ରୀ ହେବାକୁ ଯାଉଥିବା ଅଷ୍ଟିନ ବୁଧବାର ଦିନ କହିଛନ୍ତି ଯେ ପାକିସ୍ତାନ ଉପରେ ଚାପ ପକାଯିବ ଆତଙ୍କବାଦୀ ମାନଙ୍କ ଉପରେ ଦୟା ନଦେଖିବା ପାଇଁ ଏବଂ ସେମାନଙ୍କୁ ଆଶ୍ରୟ ନ ଦେବା ପାଇଁ l ଅଷ୍ଟିନ ନିଜ ପଦବୀର ଶପଥ ନେବା ପୂର୍ବରୁ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପକୁ ନେଇ ସନ୍ଦେଶ ଦେଇ ଦେଇଛନ୍ତି l ଅଷ୍ଟିନ କହିଛନ୍ତି ଯେ ପାକିସ୍ତାନକୁ କୁହାଯିବ ସେ ହିଂସାତ୍ମକ ମୂଳକ ସଂଗଠନ ଓ ଆତଙ୍କବାଦୀ ମାନଙ୍କୁ ନିଜ ଦେଶରେ ଆଶ୍ରୟ ନଦେଉ l ସେ କହିଛନ୍ତି ପାକିସ୍ତାନର ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ପାକିସ୍ତାନର ମନଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି l ଅଷ୍ଟିନ କହିଛନ୍ତି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ବିପକ୍ଷରେ ପାକିସ୍ତାନର କାର୍ଯ୍ୟ କଳାପ ଅଧୁରା ରହିଛି l
ସେ ଆହୁରି ମଧ୍ୟ ୨୦୧୯ ର ପୁଲବାମା ଆକ୍ରମଣକୁ ନେଇ ମତ ଦେଇଛନ୍ତି ଯେ ପାକିସ୍ତାନ ଏଥିରେ ସହଯୋଗ କରୁ ନାହିଁ ,ନଚେତ ଭାରତ ପୁଲବାମା ଆକ୍ରମଣର ଦୋଷୀ ମାନଙ୍କୁ ଦଣ୍ଡିତ କରି ସାରତାଣୀ l ଅଷ୍ଟିନ ଭାରତକୁ ନେଇ ମତ ଦେଇଛନ୍ତି ଆମେ ଭାରତର ମୁଖ୍ୟ ରକ୍ଷା ସହଯୋଗ କରି ରହିବୁ l କ୍ୟୁଏଡ଼ ଜରିଆରେ ରକ୍ଷା ସହଯୋଗର ସୀମାକୁ ବଢ଼ାଇବେ l କ୍ୟୁଏଡ଼ରେ ଆମେରିକା ,ଜାପାନ ,ଅଷ୍ଟ୍ରେଲିଆ ଓ ଭାରତ ସାମିଲ ଅଛନ୍ତି l ଚୀନ ଆଡକୁ ଇଙ୍ଗିତ କରି ଅଷ୍ଟିନ କହିଛନ୍ତି ,ଚୀନ ପୂର୍ବରୁ ଭାରତ ସହିତ ନିଜର ମନମାନୀ କରୁଛି ଓ ବର୍ତ୍ତମାନ ସାରା ବିଶ୍ୱ ଉପରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଁଛି l
ସେ ଏସିଆ ଓ ଦୁନିଆରେ ଚୀନର ଦାଦାଗିରି ଗତିବିଧିକୁ ମଧ୍ୟ ଆଲୋଚନା କରିଛନ୍ତି l ବାଇଡେନ ନିଜର ସରକାରରେ ରକ୍ଷାମନ୍ତ୍ରୀ ପଦ ପାଇଁ ଅଷ୍ଟିନଙ୍କୁ ମନୋନୀତ କରିଛନ୍ତି l ୬୭ ବର୍ଷୀୟ ଅଷ୍ଟିନ ଅବସର ପ୍ରାପ୍ତ ଆର୍ମି ଜେନେରାଲ ଅଟନ୍ତି ଓ ସେ ପ୍ରଥମ ଆଫ୍ରିକୀୟ ଆମେରିକାନ ଅଟନ୍ତି ଯିଏ ପେଣ୍ଟlଗନ ର ନେତୃତ୍ୱ ନେବା l ବଆଇଡେନ ସରକାରରେ ବିଦେଶ ମନ୍ତ୍ରୀ ହେବାକୁ ଯାଉଥିବା ଆଣ୍ଟନି ବଲିଁକେନ କହିଛନ୍ତି ଭାରତ ସହିତ ସମ୍ପର୍କ ଆହୁରି ମଝବୁତ ହେବ l ସେ ଆହୁରି ମଧ୍ୟ କହିଛନ୍ତି ଓବାମା ପ୍ରଶାସନ ସମୟରେ ଭାରତ ଓ ଆମେରିକାର ସମ୍ପର୍କ ମଝବୁତ ହୋଇଥିଲା , ଟ୍ରମ୍ପ ପ୍ରଶାସନ ସମୟରେ ଭାରତ ସହିତ ମିଶି ହିନ୍ଦ ପ୍ରଶାନ୍ତ ରଣନୀତି ଉପରେ ଆଗକୁ ପାଦ ବଢ଼ାଇ ଥିଲା l ବର୍ତ୍ତମାନ ଭାରତ ଓ ଆମେରିକା ଆତଙ୍କବାଦକୁ ନେଇ କାର୍ଯ୍ୟ କରିବେ l
