Odisha news

ବାଇଡେନଙ୍କ ଦଳରେ ଆଉ ଜଣେ ଭାରତୀୟ ସ୍ଥାନ ପାଇଲେ : ଆସନ୍ତୁ ଜାଣିବା ନିରା ଟଣ୍ଡନଙ୍କ ବିଷୟରେ

0

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ ଦଳରେ ଆଉ ଜଣେ ଭାରତୀୟ ସ୍ଥାନ ପାଇଛନ୍ତି l ସେ ମୂଳ ରୂପରେ ଭାରତୀୟ ହୋଇ ଆମେରିକାରେ ବସତି ସ୍ଥାପନ କରିଥିଲେ l ତାଙ୍କ ନାମ ହେଉଛି ନିରା ଟଣ୍ଡନ ନିରା ହ୍ୱାଇଟ ହାଉସର ଉଚ ପଦରେ ରହିବା ସହିତ ବଜେଟ କାର୍ଯ୍ୟାଳୟର ନିର୍ଦେଶକ ଭାବରେ ବଛା ଯାଇଛନ୍ତି l

ଏହି ନିଯୁକ୍ତି କୁ କେବଳ ସିନେଟର ଇଙ୍ଗିତ ମିଳିବ ଆବଶ୍ୟକ l ଯଦି ସିନେଟ ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦିଏ ତେବେ ୫୦ ବର୍ଷୀୟା ନିରା ହ୍ୱାଇଟ ହାଉସର ଉଚ ପଦବୀରେ ସ୍ଥାନ ପାଇବାର ଭାରତୀୟ ଆମେରିକୀୟ ମହିଳା ହେବେ l

ଏହି ପଦରେ ନିରାଙ୍କ ପାଖରେ ବାଇଡେନ ପ୍ରଶାସନର ବଜେଟ ସମ୍ଭାଳିବାର ଦାଇତ୍ୱ ରହିବ l କହି ରଖୁଛୁ ଯେ କରୋନା ସଂକ୍ରମଣ ପରେ ଆମେରିକାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଆହ୍ୱାନ ଦେଖା ଦେଇଛି l ନିରାଙ୍କ ଆଗରେ ବଜେଟ ,ଚାକିରୀ ,ଅନ୍ତରାଷ୍ଟ୍ରୀୟ ଅନୁଦାନ ମଧ୍ୟରେ ସମାଜସ୍ୟ ଇତ୍ୟାଦିର ଆହ୍ୱାନ ରହିଛି l ଏହି ପାଦରେ ରହି ସେ ବଜେଟ ତିଆରି କରିବା ଓ   କରିବା ,ସରକାରୀ ଅନୁଦାନ ଦେବା , ସରକାରୀ ବିଲକୁ ପାସ କରାଇବା ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ସଂଯୋଗ ରଖିବାର ଦାଇତ୍ୱ ଦିଆ ଯିବ l

ନିରା ପୂର୍ବରୁ ହିଲାରୀ କ୍ଲିଣ୍ଟନଙ୍କ ସହିତ କାମ କରି ସାରିଛନ୍ତି ଓ ଓବାମାଙ୍କ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟରତ ଥିଲେ l ନିରାଙ୍କୁ ଯେତେବେଳେ ପାଞ୍ଚବର୍ଷ ହୋଇଥିଲା ସେତେବେଳେ ତାଙ୍କ ମାତା ପିତାଙ୍କର ବିବାହ ବିଚ୍ଛେଦ ହୋଇଗଲା l ସେ ଲସଏଞ୍ଜେଲେସ ବିଶ୍ୱ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ l ସେଠାରେ ସେ ଛାତ୍ର ସଂଘର ମତଦାନରେ ଭାଇସ ପ୍ରେସିଡେଣ୍ଟ ଭାବରେ ମନୋନୀତ ହୋଇଥିଲେ l ଯାହା ଗୋଟିଏ ମତଦାନ ଥିଲା ଯେଉଁଠାରେ ସେ ପ୍ରତିଦ୍ବନ୍ଦିତା କରି ଜିତିଥିଲେ l ବାଇଡେନଙ୍କର ଏହି ଘୋଷଣା ପରେ ଭାରତୀୟ ଆମେରିକା ସମୁଦାୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l

Nalco
Leave A Reply