Odisha news

UN ରେ ଆମେରିକୀୟ ମିଶନ ପାଇଁ ରାଷ୍ଟ୍ରପତି ବାଇଡେନ ଦୁଇଜଣ ଭାରତୀୟ ମୂଳ ମହିଳାଙ୍କୁ ଦେଲେ ମୁଖ୍ୟ ଦାୟିତ୍ୱ

0

ନୂଆଦିଲ୍ଲୀ :ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ମିଶନ ପାଇଁ ରାଷ୍ଟ୍ରପତି ୨ଜଣ ଭାରତୀୟ -ଆମେରିକୀୟ ମହିଳାଙ୍କୁ ଦେଇଛନ୍ତି ମୁଖ୍ୟ ଦାୟିତ୍ୱ l ସୋହିନୀ ଚାଟାର୍ଜୀ ଓ ଅଦିତି ଗୋରୁର ଙ୍କୁ ବାଇଡେନ ପ୍ରଶାସନ ମହତ୍ଵପୁର୍ଣ ରାଜନାୟୀକ ପଦର ଦାଇତ୍ୱ ଦେଇଛନ୍ତି l ଚାଟାର୍ଜୀ ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ରାଜଦୂତଙ୍କର ଉଚପଦସ୍ତ ନିୟମ ଉପଦେଷ୍ଟା ହେବେ l ଯେବେକି ଗୋରୁରଙ୍କୁ ସଂଯୁକ୍ତ ରାଷ୍ଟ୍ରରେ ଆମେରିକା ମିଶନ ପାଇଁ ଉପଦେଷ୍ଟା ଭାବରେ ନିଯୁକ୍ତି ଦିଆଯାଇଛି l

ଚାଟାର୍ଜୀ ବିଶ୍ୱର ସମୁଦାୟର ତଥ୍ୟକର୍ତ୍ତା ଅଟନ୍ତି l ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଇଣ୍ଟେରନେଶନାଲ ଏବଂ ଜନ ସମ୍ପର୍କକୁ ନେଇ ଅଧୟନ କରିଛନ୍ତି l ଏହା ପୂର୍ବରୁ ସେ ୟୁଏସ ଏଜେନ୍ସି ଫର ଇଣ୍ଟେରନେଶନାଲ ଡେଭେଲପମେଣ୍ଟରେ ପଲିସୀ ଉପଦେଷ୍ଟା ମଧ୍ୟ ରହି ସାରିଛନ୍ତି l ଗତ ନଭେମ୍ବର ମାସରେ ଗୋଟିଏ ସାକ୍ଷାତ କାରରେ ଚାଟାର୍ଜୀ କହିଥିଲେ ଯେ ଭାରତ ଓ ଆମେରିକା ମଧ୍ୟରେ ଭଲ ସମ୍ପର୍କ ସ୍ଥାପନା ହେବ l ଚଳିତ ବର୍ଷ ଜାନୁଆରୀ ମାସରୁ ଭାରତ ଦୁଇ ବର୍ଷ ପାଇଁ ଯୁଏନଏସସି ରେ ଅସ୍ଥାୟୀ ସଦସ୍ୟ ଅଟେ l ସେମାନେ ଭାରତ ସହିତ ରଣନୀତି କଥାବାର୍ତ୍ତାର ସମର୍ଥନ କରିଥିଲା ତା ସହିତ କହିଥିଲା କି ଜଳବାୟୁ ପରିବର୍ତନ ସମସ୍ୟାର ସମାଧାନ ମିଳିବ l

ଅଦିତି ଗୋରୁର ୟୁଏନ ର ଶାନ୍ତିରକ୍ଷାର କମିଟିର ଵିଶେସଂଜ୍ଞ ଅଟନ୍ତି l ଗୋରୁର ସିଭିଲିଆନ୍ସ ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଅଟକେଇବା ପାଇଁ କାମ କରିଥାନ୍ତି l ସେ ଷ୍ଟିମସନ ସେଣ୍ଟର ରେ ପ୍ରୋଟେକ୍ଟଟିଂ ସିଭିଲିଆନ୍ସ କନ୍ଫଲିକଟ ନିର୍ଦେଶକ ରହି ସାରିଛନ୍ତି l ଅଦିତି ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟରୁ ସେ ଇଣ୍ଟେରନେଶନାଲ ସିକୁରିଟି ରେ ଏମଏ କରିଛନ୍ତି ,ତା ସହିତ ମେଲବର୍ନ ବିଶ୍ୱବିଦ୍ୟାଳୟରୁ ଡେଭେଲପମେଣ୍ଟ ଷ୍ଟଡ଼ିଜ ଓ ଲ ରେ ବିଏ କରିଛନ୍ତି l

Leave A Reply