Odisha news

ମନ୍ଦିରର ପୂଜକଙ୍କ ପାଇଁ ଜନପୋଷଣ ଏବଂ ଶ୍ରଦ୍ଧା ଅରପନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ

0

ଭୁବନେଶୂର,: କ୍ଷୁଧାମୁକ୍ତ ଓଡିଶା ଉଦ୍ୟମରେ ସୋ ଆମ ଆଇ ଫାଉଡେଶନ୍ ଟ୍ରଷ୍ଟ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ୧୦୦୦ ଗରିବ ମନ୍ଦିର ପୂଜକ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଇବା ପାଇଁ ଜନପୋଷଣ କାର୍ଯ୍ୟକ୍ରମର ଶୁଭାଆରମ୍ଭ କରିଛନ୍ତି । ସେହିଭଳି ମୟୁରଭଞ୍ଜର ମହାରାଣୀ ଏବଂ ମହାରାଜାଙ୍କ ପୃଷ୍ଠପୋକତାରେ ସୋ ଆମ ଆଇ ଫାଉଡେଶନ୍ ମୟୁରଭଞ୍ଜ ଜିଲ୍ଲାର ୭୦୦ ଗରିବ ମନ୍ଦିର ପୂଜକ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଇବା ପାଇଁ ଶ୍ରଦ୍ଧା ଅରପନ କାର୍ଯ୍ୟକ୍ରମର ଶୁଭାଆରମ୍ଭ କରିଛନ୍ତି,ଯାହାକି ଏମ/ଏସ୍ ଏମ୍ଜି ମହାନ୍ତିଙ୍କ ଦ୍ୱାରା ସମର୍ଥିତ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଏଚ୍ ଏଚ୍ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ,ଶଙ୍କାରାଚାର୍ଯ୍ୟଙ୍କ ସହ ପୁରୀର ଆର୍ଶୀବାଦ ବାର୍ତା ସହିତ ଆରମ୍ଭ ହୋଇଛି । ମାନ୍ୟବର ସାଂସଦ, ଶ୍ରୀ ପିନାକି ମିଶ୍ର ଦିଲ୍ଲୀରୁ ଜୁମ୍ କ୍ଲାଉଡ ମିଟିଂ ମାଧମରେ ଜନପୋଷଣ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ଏବଂ ମୟୁରଭଞ୍ଜ ଏଚ୍ଏଚ୍ ମହାରାଜା ଶ୍ରୀ ପ୍ରବିନ ଚନ୍ଦ୍ର ଭଞ୍ଜଦେଓ ଓ ମୟୁରଭଞ୍ଜ ଏଚ୍ଏଚ୍ ମହାରାଣୀ ଶ୍ରୀମତି ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ବାରିପଦା ଠାରୁ ଜୁମ୍ କ୍ଲାଉଡ ମିଟିଂ ମାଧମରେ ମୟୁରଭଞ୍ଜ ପାଇଁ ଶ୍ରଦ୍ଧା ଅରପନ କାର୍ଯ୍ୟକ୍ରମର ଶୁଭାଆରମ୍ଭ କରିଛନ୍ତି ।
ବାବା ରାମନାରାୟଣ ଦାସ ଜୀ, ଶ୍ରୀ ତନୁଜ ମହାନ୍ତି, ପ୍ରମୋଟର ଏମ/ଏସ୍ ଏମ୍ଜି ମହାନ୍ତି, ଶ୍ରୀ ମାତୃପ୍ରସାଦ ମିଶ୍ର,ସାଧାରଣ ସମ୍ପାଦକ ଆଦିତ୍ୟ ଭାହିନୀ, ଶ୍ରୀ ଲଲାଟେଦୁ ମହାନ୍ତି,ଶ୍ରୀ ଅରବିନ୍ଦ ଅଗ୍ରୱାଲ,ସହିଦ ନଗର କର୍ପୋରେଟର ଶ୍ରୀମତି ସରସ୍ୱତୀ ମିଶ୍ର,ଶ୍ରୀ ଜ୍ଞାନ ଭୂଷନ୍ ଗୁପ୍ତା ଓ ଶ୍ରୀ ବିଭୁଦତ ଦାସ ତା.୨୮ ମେ,୨୦୨୦ ଦିନ ୫.୦୦ରେ ଭୁବନେଶୂର ଉଗ୍ରତାରା ପୀଠ ଏବଂ ବରିପଦା ଠାରେ ଏକକାଳୀନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଏମ/ଏସ୍ ଏମ୍ଜି ମହାନ୍ତି ର ପ୍ରମୋଟର ଶ୍ରୀ ତନୁଜ ମହାନ୍ତି କହିଛନ୍ତି ଯେ “ବାସ୍ତବତାକୁ ହୃଦୟଙ୍ଗମ କରି ତାଲାବନ୍ଦ ହେତୁ ଆମେ ସରକାରୀ ଯୋଜନା ଅଧୀନରେ ଲାଭ ପାଇନଥିବା ଲୋକଙ୍କ ପାଇଁ ସାହାଯ୍ୟ କରିବାକୁ ନିଷ୍ପତି ନେଇଛୁ । ପ୍ରାୟ ୩୦୦୦ ପରିବାରକୁ ଫାଉଡେଶନ ରାସନ ଯୋଗାଇ ଦେଇଛି, ଏବଂ କ୍ଷୁଧାମୁକ୍ତ ଓଡିଶା ର ଏହି ଚିନ୍ତାଧାରା ସହ ଆମେ ଆଗକୁ ବଢିଚାଲିବୁ” ।
ମୟୁରଭଞ୍ଜ ଏଚ୍ଏଚ୍ ମହାରାଜା ଶ୍ରୀ ପ୍ରବିନ ଚନ୍ଦ୍ର ଭଞ୍ଜଦେଓ କହିଛନ୍ତି ଯେ, “ମୟୁରଭଞ୍ଜର ରାଜ ପରିବାର ଫାଉଡେଶନ ସହ ଜଡିତ ହୋଇ ବାରିପଦା ଠାରେ ଫୁଡ୍ ବ୍ୟାଙ୍କ ପ୍ରତିଷ୍ଠା ମାଧ୍ୟମରେ ଖାଦ୍ୟ ଯୋଗାଣ ଏବଂ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସହ ଜଡିତ କାର୍ଯ୍ୟକଳାପ ଦ୍ୱାରା ସହାୟତା ଯୋଗାଉଛନ୍ତି । ସୋ ଆମ ଆଇ ଫାଉଡେଶନ୍ ଟ୍ରଷ୍ଟ ଦ୍ୱାରା କ୍ଷୁଧାମୁକ୍ତ ଓଡିଶାର ଏହି ଅଭିନବ ପ୍ରୟାସ ରେ ମୁଁ ୍ରଅତ୍ୟନ୍ତ ପ୍ରଭାବିତ ଏବଂ ମୋ ମାତୃଭୂମିର ଏହି ପଦକ୍ଷେପର ଅଂଶ ହେବାକୁ ଚାହୁଁଛ”ି ।
ମୟୁରଭଞ୍ଜ ଏଚ୍ଏଚ୍ ମହାରାଣୀ ଶ୍ରୀମତି ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ କହିଛନ୍ତି ଯେ, “ସ୍ଥ୍ରାନୀୟ ସମ୍ପ୍ରଦାୟ ସହିତ ଜଡିତ ଏହି ପୂଜାରୀ ପରିବାରକୁ କିଛି ପ୍ରକାରର ରିଲିଫ୍ ବଣ୍ଟନ କରିବା ପାଇଁ ଆମେ ଏକ ପ୍ରୟାସ ଆରମ୍ଭ କରିଛୁ, ଯାହାଫଳରେ ସମ୍ପ୍ରଦାୟ ପୂଜାରୀମାନଙ୍କ ଯତ୍ନ ନେଇପାରିବ” ।
କ୍ଷୁଧାମୁକ୍ତ ଓଡିଶାର ପ୍ରତିଷ୍ଠାତା ପିନାକି ମହାନ୍ତି କହିଛନ୍ତି ଯେ, “ପରିବାରଗୁଡିକ ଦାରିଦ୍ର ସୀମାରେଖା ଏବଂ କୋଭିଡ-୧୯ ର ଏହି ପରସ୍ଥିତି ହେତୁ ନିମ୍ନ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ଗୋଷ୍ଠେୀ ଅଟନ୍ତି । ଏଥିମଧ୍ୟରୁ ଅଧିକାଂଶ ବ୍ରାହ୍ମଣ, ଯେଉଁମାନେ ପୂଜା କରିବା ପାଇଁ ମନ୍ଦିରରେ ସଂଲଗ୍ନ ହୋଇଥାନ୍ତି,ସେମାନେ ମଧ୍ୟ ଅଧିକ ପ୍ରଭାବିତ ହୁଅନ୍ତି । ଏହି ଭ୍ରାତୃତ୍ୱ ଲୋକମାନେ ଜୀବିକା ପାଇଁ ଅନ୍ୟ କୌଣସି ବୃତି ମଧ୍ୟ ଗ୍ରହଣ କରିପାରିବେ ନାହିଁ । ଯଦି ସେମାନେ ନିଜ ପରିବାରର ଯତ୍ନ ନେବା ପାଇଁ ସେମାନଙ୍କର ପାରିବାରିକ ପରମ୍ପରା କିମ୍ବା ବୃତିକୁ ବିବିଧ କରିବେ, ତେବେ ପୂଜା/ବିବାହ କିମ୍ବା ଶ୍ରାଦ୍ଧ ପାଇଁ କୌଣସି ପଣ୍ଡିତଙ୍କୁ ପାଇବୁ ନାହିଁ” ।
କ୍ଷୁଧାମୁକ୍ତ ଓଡିଶା ଅଭିଯାନର ସହ ପ୍ରତିଷ୍ଠା ଡକ୍ତର ଚିଦତମିକା ଖଟୁଆ ଜଣାଇଛନ୍ତି ଯେ ଫାଉଡେଶନ ତାଲାବନ୍ଦ ଆରମ୍ଭ ଦିନରୁ ପ୍ରାୟ ୧୦୦୦ କାର୍ଯ୍ୟରତ ପୋଲିସ/ ଟ୍ରାଫିକ କନେଷ୍ଟବଳ, ଅବହେଳିତ ବୃଦ୍ଧ, ମହିଳା,ଭିନ୍ନକ୍ଷମ ଏବଂ ଶ୍ରମିକମାନଙ୍କୁ ତରଭୁଜ, ରନ୍ଧା ମଧ୍ୟହ୍ନ ଭୋଜନ, ଜଳଖିଆ ଏବଂ ରାତ୍ରୀ ଭୋଜନ ପ୍ରଦାନ କରିଆସୁଅଛୁ,୨୪ ମାର୍ଚ୍ଚ ୨୦୨୦ ଠାରୁ ଦୌନିକ ପ୍ରବାସୀ ଶ୍ରମିକ, ଏମ/ଏସ୍ ଏମ୍ଜି ମହାନ୍ତି,ଏମ୍/ଏସ୍ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ, ଓଏସପିଏଚ୍ଡବ୍ଲୁସି, ରାଉଣ୍ଡ ଟେବୁଲ କ୍ଲବ୍ ଏବଂ ଭୁବନେଶୂର ୟଙ୍ଗ ଇଣ୍ଡିୟାନସ୍ଙ୍କ ସମର୍ଥନରେ ।
ସୋ ଆମ୍ ଆଇ ଫାଉଡେଶନ୍ ଟ୍ରଷ୍ଟ୍ ଯାହାକି ଏକ ଅଣ-ଲାଭକାରି ସଂସ୍ଥା ତାହାର ମୂଳ ଲକ୍ଷ୍ୟ ହେଉଛି, ଓଡିଶାକୁ କ୍ଷୁଧାମୁକ୍ତ କରିବା ଯେଭଳି ଜଣେ ଲୋକ ମଧ୍ୟ ଭୋକିଲା ଶୋଇବେ ନାହିଁ । ୧୮ ମାର୍ଚ୍ଚ ୨୦୧୯ ରୁ ସଂଗଠନ ଦ୍ୱାରା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଆହାର କେନ୍ଦ୍ର, ମୋବାଇଲ ଭ୍ୟାନ ଭଳି ଅନେକ ପଦକ୍ଷେପ ନିଆଯାଇଛି । ବାରିପଦା ରୋଟାରୀ କ୍ଲବ୍ ସହଯୋଗରେ ଏକ ଫୁଡ ବ୍ୟାଙ୍କ ଉଦ୍ଘାଟିତ ହୋଇଛି । ୧୬ ଜାନୁଆରୀ ୨୦୨୦ ରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି । ବର୍ତମାନ ଭୁବନେଶୂରରେ ଦୁଇଟି ଫୁଡ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । ରୋଟାରୀ ଇଣ୍ଟରନ୍ୟାସନାଲ ଜିଲ୍ଲା ୩୨୬୨ ସହଯୋଗରେ ସୋ ଆମ ଆଇ ଫାଉଡେଶନ୍ ଟ୍ରଷ୍ଟ ଓଡିଶାର ୧୦ଟି ସ୍ଥ୍ରାନରେ ଫୁଡ ବ୍ୟାଙ୍କ ଚଳାଇବାକୁ ଯାଉଛି ।

Leave A Reply

Your email address will not be published.