Odisha news

ଗଡନୃସିଂହପ୍ରସାଦ ଗ୍ରାମବାସୀ ଙ୍କ ଚେତାବନୀ : ୨୩ ସୁଦ୍ଧା ପ୍ରଶାସନ ଆଲୋଚନା ନକଲେ ଆନେ୍ଦାଳନ

0

ଈୁବନ (ପୂର୍ଣ୍ଣଚନ୍ଦ୍ର ସାହୁ) ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ଓ ଅନୁଗୁଳ ସୁକିନ୍ଦା ରେଳପଥ ଦ୍ୱାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଉଥିବା ଗଡନୃସିଂହପ୍ରସାଦ ମା ମଙ୍ଗଳା ଗ୍ରାମ୍ୟ ମଙ୍ଗଳ କମିଟି ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି  । ରେଳପ୍ରକ୍ଲପ ପାଇଁ ଏହି ଗ୍ରାମଟି ଦୁଇ ଭାଗରେ ବିଭକ୍ତି କରୁଛି  । ଗୋଟିଏ ପାଶ୍ୱରେ ଧାଇ କେନ୍ଦ୍ର , ୧୫୦୦ ହେକ୍ଟର  ଜମି ପଚାଂୟତ କାର୍ଯ୍ୟାଳୟ , ଆର.ଆଇଅଫିସ , ଅନ୍ୟ ପଟେ ପଚାଂୟତ ହାଇସ୍କୁଲ , ମେଡିକାଲ , ମହାବିଦ୍ୟାଳୟ , ପଶୁସଂପଦ କାର୍ଯ୍ୟାଳୟ ,ଗ୍ରୀଡଷ୍ଟେସନ  , ଡମଶାଳ ଆଶ୍ରମ ସ୍କୁଲ , ବାରୁଆଁ ହାଟ , ଟାଟା ହାଟ , ଧଳପଡା , ବାରୁଆଁ, ଓଡିଶ , ପଚାଂୟତର ସଂପୂର୍ଣ୍ଣ ଜନ ବସତି ରହିଛି  ।  ଗଡନୃସିଂହପ୍ରସାଦ ଛକ ଠାରେ ଓଭରବ୍ରଜ ନିର୍ମାଣ କରାଯାଇଥିଲେ ଏହି ସମସ୍ୟା ହୋଇନଥାନ୍ତା  । ଏହା ସେହି ଛକ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ପଳାଶପିଠିଆ ଠାରେ ନିର୍ମାଣ କାର୍ଯ୍ୟ ଚାଲୁଛି  । ଏହି କାର୍ଯ୍ୟର ଭୁବନ ପଟରୁ ଜିରୋ ପଏଣ୍ଟ ଛକ ଠାରୁ ପୂର୍ବକୁ ୨୦୦ମିଟର ରହୁଛି  । ତେଣୁ ସର୍ଭେରେ ତୃଟିଥିବା ଅଭିଯୋଗ ହୋଇଛି  । ଏନେଇ ମଙ୍ଗଳ କମିଟି ପକ୍ଷରୁ ୪ ଦଫା ଦାବି କରାଯାଇଛି  । ଆଗାମୀ ୨୩ ତାରିଖ  ମଧ୍ୟରେ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କ ନିକଟରେ ଉପସ୍ଥିତ ହୋଇ ସମାଧାନର ବାଟ ବାହାର କରାନଗଲେ ଆନେ୍ଦାଳନାତ୍ମକ ପନ୍ଥାକୁ ଆପଣାଇବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି  ।

କଣକୁହନ୍ତି ଗ୍ରାମବାସୀ – ଗଡନୃସିଂହପ୍ରସାଦ ଏକ କୃଷିବହୁଳ ଗ୍ରାମ  । ଚାଷ କଲେ ପେଟ ପୋଷନ୍ତି  । ଚାଷୀଙ୍କ ଶସ୍ୟ କିଭଳି ଖଲାକୁ ଆସିବ ସେ ନେଇ ଗଳି ପୋଲ ରେଳ ବିଭାଗ ପକ୍ଷରୁ କରାଯିବା ଆବଶ୍ୟକ ରହିଛି  । ଚାଷୀଙ୍କ ଜମିକୁ କିଭଳି ପାଣି ଯିବ ସେ ନେଇ ବିଭାଗ ପକ୍ଷରୁ ୩ଟି  ହୋମପାଇପି କଲଭଟ ନିର୍ମାଣ କରାଯାଇଛି   କୁହନ୍ତି ଚାଷୀ ପ୍ରସନ୍ନ ସାହୁ

ଗଡନୃସିଂହପ୍ରସାଦ ଭଳି ଗ୍ରାମର ପ୍ରମୁଖ ଦାବିକୁ ପ୍ରଶାସନ ଅଣଦଖୋ କରିଛି  । ଯେଉଁଠାରେ ରେଳ ଗଳିପୋଲ କରିବା କଥା କରୁନାହିଁ  । ଫଳରେ ଲୋକେ  ଶସ୍ୟ ଅମଳରେ ଅହେତୁକ ଅସୁବିଧାର ସମ୍ମୁଖୀନ ହେବେ  । ଆଉ ଜାତୀୟ ରାଜପଥ ୫୩ ରେ ଭୁଲ ସର୍ଭେ ଯୋଗୁ ଓଭରବ୍ରିଜ ଯେଊଁଠାରେ ହେବା କଥା ସେଠାରେ ନହୋଇ ୫୦୦ମିଟର ପଶ୍ଛିମକୁ ହେବାକୁ ଯାଉଛି  । ଯଦ୍ୱାରା ଲୋକେ ବହୁ ହଇରାଣ ହେଲାଭଳି ଜଣାପଡୁଛି  । ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର  । ନଚେତ ଜନତା ୨୩ ତାରିଖ ଠାରୁ ରସ୍ତାକୁ ଓହ୍ଲାଇବେ  କୁହନ୍ତି  କମିଟି ଉପଦେଷ୍ଠା ତଥା କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା   ।

ଆମ ଗାଁ ଗଡନୃସିଂହପ୍ରସାଦ  । ସ୍ୱାଭିମାନ ସଂପନ୍ନ ଗ୍ରାମ  । ଏହି ଗାଁକୁ ନିର୍ମାଣାଧିନ  ରେଳପଥ ଓ ଜାତୀୟ ରାଜପଥ ସଂପୂର୍ଣ୍ଣ ଭାବେ ତିନି ଭାଗରେ ବିଭକ୍ତ କରୁଛି  । ୧୫୦୦ହେକ୍ଟର ଚାଷୀ ଜମିକୁ ଜଳ ରାସ୍ଥାରେ ରେଳ ବିଭାଗ ସହଯୋଗ ମିଳିଛି  । କିନ୍ତୁ ଉତ୍ପାଦିତ ଶସ୍ୟଖଳାକୁ ନେବାକୁ ବାଟ ନାହିଁ  । ଆମକୁ ବାଟ ଦିଅନ୍ତୁ  । ଆଉ ଜାତୀୟ ରାଜପଥ ୫୩ କଥା ନକହିବା ଭଳ  । ସରକାର କି ସର୍ଭେ କଲେ ଯେ ଗୋଡା ଛକରେ ହେବାକୁ ଥିବା ଓଭରବ୍ରଜ କିଭଳି ଆଉ୫୦୦ମିଟର ଆଗକୁ ଚାଲିଯାଇଛି  । ଫଳରେ ଅଚଂଳର ଜନତା ବାସ୍ତବରେ ଅସୁବିଧା ଭୋଗିବେ  । ପ୍ରଶାସନିକ ଅଧରକାରୀ ଆମ କଥା ଶୁଣନ୍ତୁ ନଚେତ ନିର୍ମାଣ ବନ୍ଦ କରିବୁ  । ରାଜରାସ୍ତା କୁ ଓହ୍ଲାଇବୁ  । ବୋଲି କୁହନ୍ତି ଗଡନୃସିଂହପ୍ରସାଦ ମା ମଙ୍ଗଳା ଗ୍ରାମ୍ୟ ମଙ୍ଗଳ କମିଟିର ଆବାହକ ବିଭୁତି ମହାନ୍ତି

ଆମ ପଚାଂୟତ ର ମୁଖ୍ୟକାର୍ଯ୍ୟାଳୟ ହେଉଛି ସଂସ୍କୃତି ସଂପନ୍ନ ଗ୍ରାମ ଗୃନୃସିଂହପ୍ରସାଦ  । ଏଠାରେ ବସବାସ କରୁଥିବା ଜନତା କୁଦାବିକୁ ସରକାର ମାନିନେବା ଉଚିତ  । କାହିଁକି ନା ରେଳପଥ ଓ ଜାତୀୟ ରାଜପଥ ଏହି ଗ୍ରାମକୁ ତିନି ଭାଗରେ ବିଭକ୍ତ କରୁଛି  । ବାସ୍ତବରେ  ଗ୍ରାମବାସୀଙ୍କୁ ନେଇ ପଲ୍ଲୀ ସଭା ହୋଇନାହିଁ  । ପୂର୍ବ ରୁ ନିର୍ବାଚିତ ପ୍ରତିନିଧି ଏହାକୁ ଲୋକ ଲୋଚନକୁ ଆଣିବା କଥା  । ତେବେ ଜନତାଙ୍କୁ ସମସ୍ୟାକୁ ଆଖିରେ ରଖି  ପ୍ରଶାସନ ସମାଧାନର ବାଟ ବାହାର କରିବା ଦରକାର ବୋଲି କୁହନ୍ତି ସରପଚଂ ତପନ କୁମାର କୁଅଁର

ଗାଁ ଟି ମୋର ସରଗପୁର  । ଗ୍ରାମବାସୀ ମୋ ଇଶ୍ୱର  । ତାଙ୍କ ଅସୁବିଧାରେ ମୁଁ ସମଭାଗୀ  । ମୋ ପୈତୃକ ଜମି ସହିତ ଗ୍ରାମର ପ୍ରାୟ ୧୫୦୦ ହେକ୍ଟର ଜମି ରୁ ଶସ୍ୟ ଅମଳ ପରେ ଅମଳ ପାଇଁ ଅଣାଯାଇ ପାରିବ ନାହିଁ  । ଗ୍ରାମବସୀ କ୍ଷତିଗ୍ରସ୍ତ ହେବେ  । ଜାତୀୟ ରାଜପଥ ର ଓଭରବ୍ରିଜ ସର୍ଭେ ଭ୍ରମାତ୍ନକ  । ପ୍ରଶାସନ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କଲେ ଅସୁବିଧାରେ ପଡିବ  । ତେଣୁ ଆଗାମୀ ୧୫ଦିନ ମଧ୍ୟରେ ସମାଧାନ ର ପ୍ରତିଶୃତି ଅବସମ୍ଭାବୀ ନଚେତ ଆନେ୍ଦାଳନ ସିରୋଧାର୍ଯ୍ୟ ବୋଲି କୁହନ୍ତି ପୂର୍ବତନ ବ୍ଲକ ଅଧକ୍ଷ ତଥା ଗ୍ରାମବାସୀ ପ୍ରେମାନନ୍ଦ ଜେନା

Nalco

Leave A Reply