୨୯/୧: ଭୁବନ – ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ବିଜୁ ଜନତା ଦଳ ତରଫରୁ ବ୍ଲକ ଓ ଏନ୍ଏସି ର ମିଳିତ ସହଯୋଗରେ ଘରେ ଘରେ ଶଙ୍ଖ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୁ ଜନତା ଦଳ ଏବଂ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ କୁ ଅଧିକ ଶଶକ୍ତ କରାଇବା ଦିଗରେ ଦଳର ସକ୍ରିୟ ମହିଳା, ଯୁବ ଏବଂ ବରିଷ୍ଠ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ଉଦେଶ୍ୟ ନେଇ ବରିଷ୍ଠ ନେତା ରମେଶ ଚନ୍ଦ୍ର ସାହୁ ଯାହା କୁହନ୍ତି – ବିଜେଡ଼ି ସରକାର ବା ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ନାଗରିକ ମାନଙ୍କୁ ଏହି ସବୁ ଯୋଜନା ର ଲାଭ ଉଠେଇବା ରେ ସାହାଯ୍ୟ କରିବା ଦିଗରେ ସଚେତନତା ସୃଷ୍ଟି କରିବା । ତେବେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡ଼ି କୁ ଏକ ଶଶକ୍ତ ଦଳ ରୂପେ ଘରେ ଘରେ ପରିଚିତ କରାଇବା ଲାଗି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଯେଉଁଥିରେ ବିଜେଡ଼ି ର ବ୍ଲକ ଓ ଏନ୍ଏସି ର ଶତାଧିକ ମହିଳା, ଯୁବ, ଓ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ବ୍ଲକ ବିଜେଡ଼ି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ଭୁବନ ଏନ୍ଏସି ନଗରପାଳ ଶୁଭେନ୍ଦୁ ସାହୁ, ଭୁବନ ନଗର ସଭାପତି ନରେନ୍ଦ୍ର କୁମାର୍ ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ବ୍ଲକ ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ, ଉପାଧ୍ୟକ୍ଷା ମାନିନୀ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ସମସ୍ତ ଦଳୀୟ କାଉନ୍ସିଲର ସମିତି ସଭ୍ୟ ପ୍ରାର୍ଥୀ ଯୋଗ ଦେଇ ଥିଲେ ।