Odisha news

କଳାକୃତି ତିଆରୀ କରି ଜାତୀୟ ସ୍ତରର ଶିଲ୍ପୀର ମାନ୍ୟତା : ବିଦ୍ୟୁତ ଅଭାବରୁ କଳାକୃତୀ କେନ୍ଦ୍ରରେ ବାଧା

0

ଭୁବନ : ଢେଙ୍କାନାଳ ଜିଲ୍ଲା କାମାକ୍ଷା ଉପଖଣ୍ଡ ର ଜିରାଳ ଗ୍ରାମ । ଏଠାରେ ୧୯୯୩ ମସିହାରୁ ପ୍ରଦୀପ ନାୟକ ଅଦକାରୀ ନଡାରୁ ସୁନ୍ଦର କଳାକୃତି ତିଆରୀ କରି ଜାତୀୟ ସ୍ତରର ଶିଲ୍ପୀର ମାନ୍ୟତା ପାଇଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ବି ହୋଇଛନ୍ତି । ତାଙ୍କ ହାତ ଗଢା ମଣିଷ ତିଆରୀ କାରଖାନାକୁ ଦେଖିବାକୁ ଆସନ୍ତି ବହୁ ବଡ ନେତା ମନ୍ତ୍ରୀ ଓ ସରକାରୀ ବାବୁ । ୩୦ ବର୍ଷ ମଧ୍ୟରେ ଅଜାଡି ଦେଇଛନ୍ତି ପ୍ରତିଶୃତି । କେବଳ ଆଚଂଳିକ ଶିଲ୍ଫ ବିଭାଗ ଦ୍ୱାରା କିଛି ମହିଲାଙ୍କୁ ମିଳିଛି ଶିଳ୍ପିର ମାନ୍ୟତା ।

କାମ କରିବାର ସୁଯୋଗ । କିନ୍ତୁ ତତକାଳିନ ଅର୍ଥ ସଚିବ କେ. କେ .ମିନା ପରିଦର୍ଶନ କରି କହିଥିଲେ କି ଘର , ବିଦ୍ୟୁତ , ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ । କିନ୍ତୁ ଦୁଇ ବର୍ଷ ବିତି ଗଲା ପଛେ କିଛି ବି ମିଳିଲା ନାହିଁ । ବଂର ଘରୋଇ ଭାବେ ବ୍ୟବହାର କରୁଥିବା ବିଦୁ୍ୟତ ବିଲ ଦିଆଯାଇ ନଥିବାରୁ ସଂଯୋଗ କାଟି ଦିଆଯାଇଛି । ଦୀର୍ଘ ଛଅ ମାସ ହେଲା ୩୦ ରୁ ଉର୍ଦ୍ଦ ଛାତ୍ର ଶିଳ୍ପୀ ଗରମରେ ବସି କାମ କରୁଛନ୍ତି । ସରକାରୀ ସାହାର୍ଯ୍ୟ କେବେ ମିଳିବ ସମୟ କହିବ ?

Nalco
Leave A Reply