ଭୋଗରାଇ-୨୮/୦୯ : ଜନପ୍ରତିନିଧିଙ୍କ ଦାବି ଓ ସମସ୍ୟା ପ୍ରଶାସନ ଶୁଣୁ ନାହିଁ । ପ୍ରଶାସନ ପଞ୍ଚାୟତର ଜନପ୍ରତିନିଧିଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ଅମଲାତାନ୍ତ୍ରିକ କାର୍ଯ୍ୟ କରୁଥିବାର କ୍ଷଭ ପ୍ରକାଶ କରିଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶାସକ ଦଳର ସମସ୍ତ ପଞ୍ଚାୟତର ଜନପ୍ରତିନିଧିମାନେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପରିସର ସମ୍ମିଳନୀ କକ୍ଷରେ ବୁଧବାର ଦିନ ପଞ୍ଚାୟତ ସମିତିର ଦ୍ୱିତୀୟ ସମୀକ୍ଷା ବୈଠକ ବ୍ଲକ ଚେୟାରମେନ ପ୍ରବୀର କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କୃଷି ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଚଳିତ ସୁବର୍ଣ୍ଣରେଖା ବନ୍ୟା ଓ ଭିଷଣ ବର୍ଷାରେ ଭୋଗରାଇର ୫୦ ଗ୍ରା.ପ. ଊଣା ଅଧିକେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବ୍ଲକ ପ୍ରଶାସନର ତୃଟିପୂର୍ଣ୍ଣ ସର୍ଭେରିପୋର୍ଟକୁ ଶାସକ ଦଳର ଜନପ୍ରତିନିଧିମାନେ ତୀବ୍ର ବିରୋଧ କରିଥିଲେ । ଶାସକ ଦଳର ପଞ୍ଚାୟତ ପ୍ରତିନିଧିଙ୍କ ସହିତ ବିରୋଧି କଂଗ୍ରେସ ସାମିଲ ହେବାରୁ ବୈଠକ ଗୃହ କିଛି ସମୟ ପାଇଁ ସରଗରମ ହୋଇଥିଲା । ସରକାରୀ କଳର ଦାୟିତ୍ୱ ହୀନତା ଓ ମନମୁଖୀ କାର୍ଯ୍ୟ ପାଇଁ ଭୋଗରାଇର ୫୦ ପଞ୍ଚାୟତ ଜନସାଧାରଣ ବନ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଲୋକେ ରିଲିଫ ସାମଗ୍ରୀ ପାଇବାରୁ ବଞ୍ଚôତ ହୋଇଥିବାର ବ୍ଲକ ଚେୟାରମେନ ପ୍ରଶସନକୁ ଆରୋପ କରିଥିଲେ । ଭୋଗରାଇ ତହସିଲଦାର ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନେ କିମ୍ବା ଜନପ୍ରତିନିଧିମାନେ ଗତ ୨୬ ଅଗଷ୍ଟ ସୁଧା ରିପୋର୍ଟ କାହିଁକି ଦେଲେ ନାହିଁ । ଆଜି କାହିଁକି ଅଭିଯୋଗ କରୁଛନ୍ତି ବୋଲି କହିବାରୁ ବ୍ଲକ ଚେୟାରମେନ ଯୁକ୍ତି ସଙ୍ଗତ ଭାବେ ତହସିଲଦାରଙ୍କୁ ଏଭଳି ମନ୍ତବ୍ୟ ଦେବା ପଞ୍ଚାୟତ ପ୍ରତିନିଧିଙ୍କୁ ଅବମାନନା କରୁଥିବା ବୋଲି କହିଥିଲେ । ବନ୍ୟାରେ କ୍ଷତିଗ୍ରସ୍ତ ଲୋକେ ରିଲିଫ୍ ସାମଗ୍ରୀରୁ ବଞ୍ଚôତ ହୋଇଥିବାରୁ ନାଚିନ୍ଦା ଆରୂହାବୃତି, ଖରିଦପିପ୍ପଳ ଓ ପୁଟିଣା ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟାମାନେ ନିଜ ଆସନରୁ ଉଠିଆସି ଗାନ୍ଧିଜୀଙ୍କ ଫଟୋ ତଳେ କ୍ଷତିପୂରଣ ଦାବିରେ ଅନଶନରେ ବସିଥିଲେ । ପଞ୍ଚାୟତ ଜନପ୍ରତିନିଧିଙ୍କ ନ୍ୟାୟୋଚିତ ଦାବିକୁ ଖୁବ୍ ଶିଘ୍ର ପୂରଣ କରାଯିବ ବୋଲି ବ୍ଲକ ଚେୟାରମେନ କହିବା ସହିତ ପ୍ରତିନିଧିମାନେ ଅନଶନରୁ ଉଠି ନିଜ ଆସନରେ ବସି ଆଲୋଚନାରେ ଅଂଶଗ୍ରହଣ କରିବାକୁ ନିବେଦନ କଲାପରେ ପ୍ରତିନିଧିମାନେ ନିଜ ଆସନକୁ ଆସି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତୃଟିପୂର୍ଣ୍ଣ ସର୍ଭେ ରିର୍ପୋଟକୁ ବାତିଲ କରି ନୂଆ ରିପୋର୍ଟ କରାଯାଇ ୫୦ଟି ପଞ୍ଚାୟତକୁ କ୍ଷତିପୂରଣ ଦେବାକୁ ଗୃହର ଶାସକ ଓ ବିରୋଧି ଦଳର ପ୍ରତିନିଧିମାନେ ସମାନ ସ୍ୱର ଉଠାଇବା ପରେ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଘାଇଲା ହୋଇଥିଲେ । ଏହି ବୈଠକରେ ଅଙ୍ଗନୱାଡୀ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ବିଦୁ୍ୟତ ସମ୍ବନ୍ଧୀୟ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ , ବିଡ଼ିଓ ଶଙ୍କର କୁମାର ପଟ୍ଟନାୟକ, ତହସିଲଦାର କମଳାକାନ୍ତ ପଣ୍ଡା, ଭାଇସ୍ଚେୟାରମେନ୍ ମୀନାରାଣୀ ସାସମଲ, ସାଂସଦ ପ୍ରତିନିଧି ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
