Odisha news

ଉପ-ଜିଲ୍ଲପାଳ କାର୍ଯ୍ୟାଳୟର ଅମଲା ମାନଙ୍କ ଦାବିପତ୍ର ପ୍ରଦାନ

0

ଭଞ୍ଜନଗର,୧୧/୦୫ ଭଞ୍ଜନଗର ଉପଖଣ୍ଡ ଅମଲା ମାନଙ୍କ ଦାବି ପୂରଣ ନହେଲେ ଜୁନ ମାସ ୧ ତାରିଖରୁ  ସମୂହ ଛୁଟି | ଜିଲ୍ଲାସ୍ତରୀୟ  ଅମଲା ମଞ୍ଚ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ  ଆଜି ଭଞ୍ଜନଗର  ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ  ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ  ଭେଟି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |ଦୀର୍ଘ  ବର୍ଷ ହେଲା ଜିଲ୍ଲାସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ  ରାଜ୍ୟ ସରକାରଙ୍କୁ ବହୁ ସମୟରେ ଜଣାଇ ଆସୁଥିଲେ ସୁଦ୍ଧା ସରକାରଙ୍କ  ଅବହେଳା ପରିଲିକ୍ଷିତ ହୋଇଛି | ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି |  ଜିଲ୍ଲା ସ୍ତରୀୟ ଆଲୋଚନା ହୋଇ ସରକାରଙ୍କୁ ଅବଗତ କରାଯାଇଥିଲେ  ମଧ୍ୟ ରାଜ୍ୟସରକାର ଏହାକୁ ଅଣଦେଖା କରିଆସୁଛନ୍ତି | ତେଣୁ ଆସନ୍ତା ୨୧ ତାରିଖ ସୁଦ୍ଧା ଯଦି ଅମଲା ମାନଙ୍କ ଦାବି ପୂରଣ  ନହୁଏ ତେବେ ଚଳିତ ମାସ ୩୧ ପର୍ଯ୍ୟନ୍ତ କଳା ବ୍ୟାଜ ଧାରଣା କରିବା ସହ ଜୁନ ମାସ ୧ ତାରିଖରୁ ଅନିର୍ଦ୍ଦିଷ୍ଟ  କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ  ଯିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି | ବରିଷ୍ଠ ରାଜସ୍ବ ସହାୟକ ଫକୀର ମୋହନ ସ୍ୱାଇଁ,ବରିଷ୍ଠ ରାଜସ୍ବ ସହାୟକ ମନୋଜ କୁମାର ବିଷୋୟୀ, ବରିଷ୍ଠ ରାଜସ୍ବ ସହାୟକ ମୁକ୍ତିପଦ ନାୟକ,ବିଶ୍ୱଜିତ ସେଠୀ, ବରିଷ୍ଠ ରାଜସ୍ବ ସହାୟିକା ହେମାବତୀ ବେହେରା ,ସୁରଭି ପ୍ରଧାନ,କନିଷ୍ଠ ରାଜସ୍ବ ସହାୟକ ସନ୍ତୋଷ କୁମାର ମହାରଣାଙ୍କ ସମେତ ଅନ୍ୟ ଅମଲା ମାନେ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିଛନ୍ତି

Leave A Reply