ଭଞ୍ଜନଗର :-ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡା ଠାରେ ଓସେପା ଓ ସମଗ୍ରଶିକ୍ଷା ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କ ସମ୍ପୂର୍ଣ ସହଯୋଗରେ ବ୍ଲକ ସ୍ତରୀୟ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ପ୍ରଶିକ୍ଷକ ତାଲିମ ଶିବିରର ଶୁଭ ଉଦଘାଟନ ହୋଇଯାଇଛି | ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦୁଇ ପ୍ରଶିକ୍ଷକ ସନ୍ତୋଷ କୁମାର ରଥ ଓ ସୁଜ୍ଞାନୀ କୁମାରୀ ପାତ୍ର ଯୋଗଦେଇ ଶିବିର ପରିଚାଳନା କରିଥିଲେ l ଉଦଘାଟକ ଶ୍ରୀଯୁକ୍ତ ନାୟକ ଲିଙ୍ଗଗତ ସମ୍ବେଦନଶୀଳତା ସହ ବିଭିନ୍ନ ପ୍ରକାର ପୁଅ, ଝିଅର ଉଦାହରଣ ଦେଇ ପାଠ୍ୟକ୍ରମ ସହ ଏହାର ସଂଯୋଗୀକରଣ ଉପରେ ମତବ୍ୟକ୍ତ କରିଥିଲେ l ଉକ୍ତ ତାଲିମ ଶିବିରରେ 33 ଟି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ 33 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଏହି ତାଲିମ ଶିବିର ତିନିଦିନ ଧରି ଚାଲୁ ରହିବ l ଶିବିରକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସମେତ ସି. ଆର. ସି. ସି. ତ୍ରିନାଥ ବେହେରା,ମୋହନ ସାହୁ ପରିଚାଳନା ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଅନୁରୂପ ଭାବେ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଭଞ୍ଜନଗର ଠାରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକଙ୍କ ଦାୟିତ୍ୱ ରେ ଚାଲିଥିବା ବେଳେ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର, ଶଙ୍କର ପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହଯୋଗ କରିଥିଲେ l