Odisha news

ଭଞ୍ଜନଗର ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି

0

ଭଞ୍ଜନଗର 02/05 -ଭଞ୍ଜନଗର ବେଲଗୁଣ୍ଠା ରୋଡ଼ ସ୍ଥିତ ଥିବା ମଦ ଦୋକାନରୁ କେହି ଦୁବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି | ସୂଚନାପ୍ରକାରେ ପ୍ରତ୍ୟକ ଦିନ ଭଳି  ସୋମବାର ଦିନ ରାତ୍ର ସମୟରେ ମଦ ଦୋକାନ ବନ୍ଦ କରି ସମସ୍ତ କର୍ମଚାରୀ ଉପର ମହଲା ଘରେ ଶୋଇବାକୁ ଯାଇଥିଲେ ସକାଳୁ ଉଠି ଦୋକାନ ଦେଖିବାରୁ ଦୋକାନ ସଟର ଓ ତାଲା ଭଙ୍ଗା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ଏହାପରେ ମ୍ୟାନେଜର ମନୋଜ ମହାନ୍ତିଙ୍କୁ ଦୋକାନରୁ ଚୋରି ହୋଇଥିବା ସମ୍ପର୍କରେ ଜଣାଇଥିଲେ | ଏହାପରେ ମ୍ୟାନେଜର ମନୋଜ ମହାନ୍ତି ଭଞ୍ଜନଗର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଚଳାଇଛି  | ଦୋକାନରୁ ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ମଦ ବିଳମ୍ବିତ ରାତ୍ରରେ କେହି ଦୁବୃତ୍ତ ଚୋରି କରିନେଇଥିବା  ସୂଚନା ମିଳିଛି | ଏହି ସମ୍ପର୍କରେ ମ୍ୟାନେଜର  ଥାନାରେ ଏକ ଅଭିଯୋଗ କରିଛନ୍ତି ତଦନ୍ତ ପ୍ରକ୍ରିୟା ଚାଲିଥିବାବେଳେ ଉକ୍ତ ମଦ ଦୋକାନର ଆଖପାଖ ସିସିଟିଭି ଫୁଟେଜ ଯାଞ୍ଚ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି | ଏଥିସହ ଉକ୍ତ ମଦ ଦୋକାନୀ ଚଢା ଦରରେ ମଦ ବିକ୍ରି କରୁଥିବାରୁ  ଆକ୍ରୋଶ ମୂଳକ ଭାବେ କେହି ଚୋରି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି |

Leave A Reply