Odisha news

ବିଧାୟକଙ୍କ ଉପସ୍ଥିତିରେ, ବାଲୁଖଣ୍ଡ ପଠାଗଲା ଆଉଏକ କୃଷ୍ଣସାର ମୃଗ

0

ଭଂଜନଗର  : ଉତ୍ତର ଘୁମୁସର ବନଖଣ୍ଡରୁ ପୁଣି ଏକ କୃଷ୍ଣସାର ମୃଗ କୁ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ କୁ ପଠାଗଲା । ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଏବଂ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉପସ୍ଥିତରେ, ଜଗନ୍ନାଥପ୍ରସାଦ ବନାଞ୍ଚଳର ବେଲଗୁଣ୍ଠା ସେକ୍ସନ୍ ରୁ  ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ପଠାଲା । ଆଜିସୁଧା ୩ ଟି କୃଷ୍ଣସାର ମୃଗ ଙ୍କୁ , ବାଲୁଖଣ୍ଡ ପଠାଯାଇଛି । ଆହୁରି ୫ ଟି ପଠାଯିବ ବୋଲି ସୂଚନା ଦେଇଛନ୍ତି, ବନଖଣ୍ଡ ଅଧିକାରୀ । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଙ୍କ ନିର୍ଦ୍ଦେଶ ପ୍ରକାରେ, ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥ ପ୍ରସାଦ ବନାଞ୍ଚଳରୁ  ୮ ଟି କୃଷ୍ଣସାର ମୃଗ ନେବା ପାଇଁ ନିର୍ଦ୍ଦେଶ ରହିଛି । ସେହି ଅନୁସାରେ ବନ ବିଭାଗ ପକ୍ଷରୁ ସରନୂଆଁପଲ୍ଳୀ ଠାରେ ଉଧାର କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ବିଶେଷ କରି କୋଣାର୍କ – ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ରେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ଏବଂ ପୁନଃସ୍ଥାପନ ପାଇଁ ବିଭାଗ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିବା ନେଇ, ବନଖଣ୍ଡୀୟ ଅଧିକାରୀ ଶ୍ରୀ ମହାନ୍ତିଙ୍କ ଠାରୁ ସୂଚନା ମିଳିଛି ।

Leave A Reply