Odisha news

ଭାଉଜକୁ ମାଡ ମାରି ଜେଲ ଗଲା ଦିଅର

0

ଭଞ୍ଜନଗର—ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବେରୁଆଁବାଡି ଗ୍ରାମର ଘଟିଛ ପୂର୍ବଶତ୍ରୃତାକୁ ନେଇ ଦିଅର ମାଡରେ ଭାଉଜ ଗୁରୁତର ଏହି ଘଟଣାକୁ ନେଇ ଗାଲେରୀ ଫାଣ୍ଡିରେ ଭାଉଜର ମା ଶାନ୍ତି ନାଇକଙ୍କ ଲିଖିତ ଅଭିଯୋଗକୁ ନେଇ ଅଭିଯୁକ୍ତ ଦିଅର ନରି ନାଇକକୁ ତାରସିଂ ପୁଲିସ ଗିରଫ କରି ୧୬୫/୨୨ରେ  ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାଇକ ସୁଚନା ଦେଇଛନ୍ତି ।ଖବର ନେବା ପ୍ରତାପ ଓ ନରି ଦୁଇ ଭାଇ ଏମାନଙ୍କ ଭିତରେ ବାପାଙ୍କ ସମ୍ଫତ୍ତି ଭାଗ ବଣ୍ଟାକୁ ନେଇ ପୂର୍ବଶତ୍ରୃତା ଲାଗି ରହିଥିଲା ।ଏହି ଭିତରେ କୁନିର ସ୍ବାମୀ ପ୍ରତାପ ତାମିଲିନାଡୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ୪.୬.୨୨ରେ କୁନି ଘରେ ଏକା ଥିବା ବେଳେ ନରି କୁନି ଘରକୁ ଯାଇ ମାଡମାରିବା ସହ ଚୁଟି ଧରି ବାହାରକୁ ଆଣି ମରାଣନ୍ତକ ଭାବେ ଅାକ୍ରମଣ କରି ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଜିବା ପରେ ଘଟଣାସ୍ଥଳରୁ ନରି ଚମ୍ଫଟ ମାରିଥିଲା । କୁନିକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଠାରେ କୁନିର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିଲା ।

Nalco
Leave A Reply